ବାରିପଦା : ଡିଏସଏସଓ ଅଫିସ ସମ୍ମୁଖରେ ପିଏଜି ମାନଙ୍କ ଧାରଣା

ବାରିପଦା : ଡିଏସଏସଓ ଅଫିସ ସମ୍ମୁଖରେ ପିଏଜି ମାନଙ୍କ ଧାରଣା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରେ କାର୍ଯ୍ୟରତ ପିଏଜି ମାନେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କର ବକେୟା ଦରମା ପ୍ରଦାନ ଦାବୀରେ ଧାରଣାରେ ବସିଥିଲେ । ସୂଚନା ମୁତାବକ ପିଏଜି ମାନେ ଦୀର୍ଘ ଏକ ବର୍ଷ ଧରି ଡିପିଏମ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ସେମାନଙ୍କର ଦରମା ପ୍ରଦାନ କରାଯାଇ ନଥିବାରୁ ସେମାନେ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ଏବାବଦରେ ସେମାନେ ବାରମ୍ବାର ଡିପିଏମ ରାଜ୍ୟ ସଂଯୋଜକ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ ମଧ୍ୟ ସେମାନଙ୍କ ଅଦ୍ୟାବଧି ଦରମା ମିଳି ନଥିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ରୁଲ ପାଳନ ପୂର୍ବକ ଧାରଣାରେ ବସିଥିଲେ ।

ତେବେ ରାଜ୍ୟ ସଂଯୋଜକ ଖୁବଶୀଘ୍ର ପିଜିଏ ମାନଙ୍କ ଦରମା ପ୍ରଦାନ ବାବଦରେ ନଷ୍ପତ୍ତିି ଗ୍ରହଣ କରାଯିବ ବୋଲି ଲିଖିତ ଭାବରେ ଆନ୍ଦୋଳନ କାରୀଙ୍କୁ ପ୍ରତିଶୃତି ପ୍ରଦାନ କରିବା ପରେ ଧାରଣାରୁ ପିଜିଏ ମାନେ ଓହରି ଯାଇଥିବାର ଜଣାଯାଇଛି । ଯଦି ତୁରନ୍ତ ସେମାନଙ୍କର ଦରମା ନମିଳେ ତେବେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ରାମ ଟୁଡୁ, ଖଗେଶ୍ୱର କବି, ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ପିଜିଏ ମାନେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe