ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ମୃତ ପ୍ରଶାନ୍ତଙ୍କ ଘରେ ଏନ୍‌ଆଇଏ ଟିମ୍‌, ୫ ଘଣ୍ଟା ଧରି ପତ୍ନୀ ଓ ପୁଅଙ୍କୁ ପଚରାଉଚରା

ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏନେଇ ବିଭିନ୍ନ ସରକାରୀ ସଂସ୍ଥା ତଦନ୍ତ କରୁଥିବା ବେଳେ ଆଜି ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ)ର ପଦାଧିକାର ବାଲେଶ୍ବର ଜିଲ୍ଲାର ଈଶାଣୀ....

fsgfsxvb

ବାଲେଶ୍ବର: ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଏନେଇ ବିଭିନ୍ନ ସରକାରୀ ସଂସ୍ଥା ତଦନ୍ତ କରୁଥିବା ବେଳେ ଆଜି ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ)ର ପଦାଧିକାର ବାଲେଶ୍ବର ଜିଲ୍ଲାର ଈଶାଣୀ ଆସି ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ଘଟଣା ବାବଦରେ ପଚରାଉଚରା କରିଛନ୍ତି। ଜମ୍ମୁ-କାଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଆତଙ୍କବାଦୀ ଆକ୍ରମଣରେ ଈଶାଣୀର ପ୍ରଶାନ୍ତଙ୍କ ସହ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।  ଆକ୍ରମଣ ଘଟଣା ନେଇ ବିଭିନ୍ନ ସରକାରୀ ସଂସ୍ଥା ତଦନ୍ତ ଚଳାଇଛନ୍ତି।

ଆଜି ସକାଳେ ଏନ୍‌ଆଇଏର ଏକ ୩ ଜଣିଆ ଟିମ୍‌ ଈଶାଣୀ ଆସି ପ୍ରଶାନ୍ତଙ୍କ ସାଙ୍ଗରେ ପହଲଗାମ ବୁଲିବା ପାଇଁ ଯାଇଥିବା ଏବଂ ତାଙ୍କ ହତ୍ୟାକୁ ଆଖି ଆଗରେ ଦେଖିଥିବା ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ପଚରାଉଚରା କରିଛି। ପଦାଧିକାରୀମାନେ ଉଭୟ ମାଆପୁଅଙ୍କୁ ଏକ ବନ୍ଦ କୋଠରିରେ ସକାଳ ୯ଟାରୁ ଦିନ ୨ଟା; ପ୍ରାୟ ୫ ଘଣ୍ଟା ଧରି ଘଟଣା ସଂପର୍କରେ ପଚାରିଥିଲେ। ତେବେ ଏନେଇ ଟିମ୍‌ର ପଦାଧିକାରୀଙ୍କ ସହ ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ହେଲେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଗଣମାଧ୍ୟମକୁ କେହି କିଛି କହିବା ପାଇଁ ମନା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe