ପୁରୀ : ଚୂଡ଼ାନ୍ତ ହେଲା ପହିଲି ଭୋଗ ନୀତି

ଶ୍ରୀମନ୍ଦିର ଦୀପ ଘିଅରେ ବି ଅପମିଶ୍ରଣ! ଓମଫେଡ୍‌ ଡବାରେ ଭରାଯାଉଛି ନକଲି ଘିଅ

image source-wikiwand

ପୁରୀ : ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ଆଜି ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ଏହି ଦିନ ସଅଳ ନୀତି ସାରିବାକୁ ନିଷ୍ପତ୍ତି ହୋଇଛି। ରାତି ୮ଟା ୨୦ ରୁ ପାକତ୍ୟାଗ ହେଉଥିବାରୁ ଏହା ମଧ୍ୟରେ ଚୂଡ଼ାନ୍ତ ନୀତି ସାରିବାକୁ ଆଲୋଚନା ହୋଇଛି। କେବଳ ଛତିଶାନିଯୋଗ ଏଥିରେ ମୋହର ମାରିବା ବାକି ରହିଛି। ଅନ୍ୟ ପଟେ ଆସନ୍ତା ୨୦ ତାରି‌ଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଛି। ଆସନ୍ତା ୧୬ ତାରିଖରେ ପବିତ୍ର ଧନୁସଂକ୍ରାନ୍ତି। ଏହି ଦିନ ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ। ସଅଳ ନୀତି ସାଙ୍ଗକୁ ସଅଳ ଅବଢ଼ା ବି ବାହାରିବ। ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ସେହି ଭଳି ରାତି ୧୧ଟାରେ ପ୍ରତ୍ୟହ ପହୁଡ଼ ହେବ। କେବଳ ଡିସେମ୍ବର ୩୧ରେ ସଅଳ ପହୁଡ଼ ଓ ନୂଆ ବର୍ଷ ଦିନ ସଅଳ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe