ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

Advertisment

ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ଦିବାପହୁଡ଼

ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ଦିବାପହୁଡ଼

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ : ଶୁକ୍ରବାର ଦିନ ପବିତ୍ର ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ପ୍ରତିଦିନ ମହାଲକ୍ଷ୍ମୀଙ୍କ ହାତରନ୍ଧା ଖାଉଥିବା ମହାପ୍ରଭୁ ଆଜି ମା’ଙ୍କ ହାତରନ୍ଧା ରୋଷେଇ ଖାଇଛନ୍ତି। ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମ, ଚାଉଳରେ ପ୍ରସ୍ତୁତ ମଣ୍ଡା, ଗଇଁଣ୍ଠା, ଆରିସା, କାକରା, ଝିଲ୍ଲି, ମୁଗେଇ, କଣ୍ଟକାଳି, ଚାଉଳ ଚୁନାରୁ ପ୍ରସ୍ତୁତ ଛତୁ, ପୁରଦିଆ ବରା ଆଦି ୨୮ ପ୍ରକାର ପିଠା ଭୋଗ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହାସହ ଖେଚୁଡ଼ି, ଡାଲମା ଆଦି ଲାଗି ହୋଇଛି। ମାସେ ଧରି ଚାଲିବାକୁ ଥିବା ଏହି ନୀତିରେ ଆରମ୍ଭରୁ ସାମାନ୍ୟ ବିଳମ୍ବ ହୋଇଛି। ଯେଉଁଥିପାଇଁ ପହିଲି ଭୋଗ ବାହାରିବାରେ ସାମାନ୍ୟ ବିଳମ୍ବ ହୋଇଛି। ପରେ ଶାନ୍ତିଶୃଙ୍ଖଳାର ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି।

ଶୁକ୍ରବାର ଦିନ ପହିଲି ଭୋଗ ନୀତି ଆରମ୍ଭ ହେଉଥିବାରୁ ମହାପ୍ରସାଦ ନେବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାର ଓ ଉତ୍ତରଦ୍ବାରରେ ଭକ୍ତଙ୍କ ଭିଡ଼ ବି ଦେଖିବାକୁ ମିଳିଥିଲା। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଅର୍ଥାତ୍‌ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତ ଅନୁଷ୍ଠିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ତେବେ ପ୍ରଥମ ଦିନ ଚୂଡ଼ାନ୍ତ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଛି। ରାତି ୨ଟା ବଦଳରେ ୩ଟା ୫‌ରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଛି। ସକାଳ ସାଢ଼େ ୬ଟାରେ ପହିଲି ଭୋଗ ଛେକ ଆସିବା ପରେ ୭ଟା ୨୦ରେ ପହିଲି ଭୋଗ ପୂଜା ନୀତି ଆରମ୍ଭ ହୋଇଥିଲା। ସକାଳ ୬ଟା ୫୦ରେ ପହିଲି ଭୋଗ ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟା ୪୫ରେ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା। ପରେ ଅପରାହ୍ଣ ୨ଟାରେ ଦ୍ବିତୀୟ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା। ଦକ୍ଷିଣି ଘର ଭୋଗ ପରେ ବେଶ ଶେଷ ହୋଇ ଅପରାହ୍ଣ ୨ଟା ୪୦ରୁ ଦିବାପହୁଡ଼ ‌ହୋଇଥିଲା। ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ଦ୍ବାର ଫିଟିବା ପରେ ଦର୍ଶନ ଆରମ୍ଭ ହୋଇଥିଲା। ସଂଧ୍ୟାଧୂପ ସହ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe