ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗ

କେନ୍ଦ୍ର ଗୃହ, ଶିକ୍ଷା, ସଂସ୍କୃତି ମନ୍ତ୍ରଣାଳୟକୁ ନୋଟିସ୍ ପଠାଇଲେ ଅକ୍ଷୟ ପରିଜା

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ଅରାଜି

photo-indian express

ଭୁବନେଶ୍ବର : ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ କେନ୍ଦ୍ର ଗୃହ, ଶିକ୍ଷା ଓ ସଂସ୍କୃତି ମନ୍ତ୍ରଣାଳୟକୁ ନୋଟିସ୍ ପଠାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା। ସିପିସିର ଧାରା ୮୦ ଅନୁଯାୟୀ ଆସନ୍ତା ୬୦ଦିନ ଭିତରେ ଏ ସଂକ୍ରାନ୍ତରେ ଉତ୍ତର ରଖିବାକୁ କୁହାଯାଇଛି।

ଅକ୍ଷୟ ପରିଜାଙ୍କ ଓକିଲ ସିଦ୍ଧାର୍ଥ ପରିଡ଼ା କହିଛନ୍ତି ଯେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ କରିବା ଲାଗି ୨୦୧୭ ମସିହ‌ାରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ଲାଗି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହକୁ ଚିଠି ଲେଖି ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରିଥିଲେ। ଏହାସହ ତତ୍କାଳୀନ ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା କରାଯିବା ସହିତ ପୁସ୍ତକରେ ସ୍ଥାନ ପାଇବ ବୋଲି ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ହେଲେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି। ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପୁସ୍ତକରେ ଏହାକୁ ସ୍ଥାନ ଦେବା ଲାଗି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ନୋଟିସ୍‌ରେ ଉଲ୍ଲେଖ ହୋଇଛି।

୬୦ଦିନ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସିଭିଲ ସୁଟ୍‌ ଆବେଦନ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି। କେନ୍ଦ୍ର ଗୃହ, ଶିକ୍ଷା ଓ ସଂସ୍କୃତି ମନ୍ତ୍ରଣାଳୟ ବାଦ୍ ରାଜ୍ୟ ଶିକ୍ଷା, ସଂସ୍କୃତି ଓ ଗୃହ ବିଭାଗ, ଆଇଏଚ୍‌ସି, ଆଇସିଏଚ୍‌ଆର, ଏନ୍‌ସିଇଆରଟି, ରାଜ୍ୟ ଟିଇ ଓ ଏସ୍‌ସିଇଆରଟି ନିର୍ଦେଶାଳୟକୁ ମଧ୍ୟ ନୋଟିସ୍ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe