ସମ୍ବାଦ-ଆମ ଓଡ଼ିଶାର ପଖାଳ ଦିବସ

Advertisment
ସମ୍ବାଦ-ଆମ ଓଡ଼ିଶାର ପଖାଳ ଦିବସ

ରାଉରକେଲା : ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସୋମବାର ଦିନ ସେକ୍ଟର-୫ସ୍ଥ ପାନ୍ଥନିବାସରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଉଭୟ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇ ପଖାଳ ଦିବସ ବେଶ୍‌ ମଜା ଉଠାଇଥିଲେ। ପାନ୍ଥନିବାସର ପରିଚାଳକ ବିଜୟ କୁମାର ଜେନା ଅତିଥି ଭାବେ ‌ଯୋଗଦେଇ ‘ସମ୍ବାଦ-ଆମ ଓଡ଼ିଶା’ର ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ‌ବୋଲି କହିଥିଲେ।

‘କନକ ନ୍ୟୁଜ୍‌’ର ରାଉରକେଲା ପ୍ରତିନିଧି ପ୍ରତାପ କୁମାର ପାଢ଼ୀ ବିଶ୍ବ ପଖାଳ ଦିବସର ପାଳନର ମହତ୍ବ ସଂକ୍ରାନ୍ତରେ କହିଥିଲେ। ପଖାଳ ଆଜି ଆଉ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହୋଇ ରହିନାହିଁ, ଦେଶ ବିଦେଶରେ ମଧ୍ୟ ଲୋକଙ୍କ ପସନ୍ଦ ପାଲଟିଯାଇଛି ବୋଲି ସେ କହିଥିଲେ। ‘ସମ୍ବାଦ’ର ସହ ସମ୍ପାଦକ ଅଶୋକ କୁମାର ପାତ୍ର ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ପଞ୍ଚ ତାରକା ହୋଟେଲ ମେନୁରେ ସ୍ଥାନ ପାଇ ସାରିଛି। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ହୋଇଥାଏ। ତେଣୁ ପଖାଳ ଖାଇବାକୁ ଯେତିକି ସୁସ୍ବାଦୁ, ସ୍ବାସ୍ଥ୍ୟପାଇଁ ମଧ୍ୟ ସେତିକି ହିତକର ବୋଲି ସେ କହିଥିଲେ। ‘ସମ୍ବାଦ’ର ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡତିଆ ପଖାଳ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବ୍ରତ ସାହୁ, ସାଗର କୁମାର ମହାପାତ୍ର, ସୌଭାଗ୍ୟ ସାହୁ, ଅଭିନାଶ ଶୁକ୍ଳା, ଅଭୟ କୁମାର ନାୟକ, କନକ ଟିଭିର ଗୌତମ ମାଇତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe