ସଭିଏଁ ପା‌ଳିଲେ ପଖାଳ ଦିବସ: ମହକିଲା ପଖାଳ କଂସା

ସଭିଏଁ ପା‌ଳିଲେ ପଖାଳ ଦିବସ: ମହକିଲା ପଖାଳ କଂସା

ଭୁବନେଶ୍ବର : ଓଡ଼ିଶା ସମେତ ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ସୋମବାର ଦିନ ପଖାଳ ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଫେସବୁକ୍‌, ଟ୍ବିଟର୍‌, ହ୍ବାଟସ୍‌-ଆପ୍ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପଖାଳ କଂସା ସାଙ୍ଗକୁ ଛଅ ଠା..., ନଅ ଭଜା... ବଢ଼ାଯାଇଥିବାର ଗଦାଗଦା ଫଟୋ ଦିନ ତମାମ ଛାଇ ଯାଇଥିଲା। ସେହିପରି କ୍ୟାପସନ୍‌ରେ ପଖାଳକୁ ନେଇ ଥିବା ବିଭିନ୍ନ ଢ଼ଗ ସମସ୍ତଙ୍କ ମନକୁ ପାଇଥିଲା। ଧନୀଠାରୁ ଗରିବ ସମସ୍ତେ ଓଡ଼ିଆ ଚଷା ଭାଇର ପ୍ରିୟ ଏହି ପଖାଳ ଖାଇ ତୃପ୍ତି ଲଭିଥିଲେ। ନେତା, ମନ୍ତ୍ରୀ, କ୍ରୀଡ଼ାବିତ୍‌, ସେଲିବ୍ରିଟି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏ ସୁଯୋଗକୁ ହାତଛଡ଼ା କରି ନଥିଲେ।

ପଖାଳ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି, ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ସେ ଆହ୍ବାନ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି, ପଖାଳ ମୋର ପ୍ରିୟ ଖାଦ୍ୟ। ଏହା ଆମ ଓଡ଼ିଆଙ୍କ ସ୍ବତନ୍ତ୍ର ପରିଚୟ। ‘ପଖାଳ ଦିବସ’ରେ ପଖାଳ ଖାଇବାର ମଜା ଅଲଗା। ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe