ପ୍ରଭୁ ନୃସିଂହନାଥଙ୍କଠାରେ ଲାଗି ହେଲା ପଖାଳ ଭୋଗ

Advertisment
ପ୍ରଭୁ ନୃସିଂହନାଥଙ୍କଠାରେ ଲାଗି ହେଲା ପଖାଳ ଭୋଗ

YouTube

ପାଇକମାଳ : ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପ୍ରସିଦ୍ଧ ନୃସିଂହନାଥ ପୀଠରେ ମଙ୍ଗଳବାର ପ୍ରଭୁ ନୃସିଂହନାଥଙ୍କଠାରେ ପଖାଳ ଭୋଗ ଲାଗି କରାଯାଇଛି। ଏହି ପ୍ରାଚୀନ ନୃସିଂହନାଥ ମନ୍ଦିରରେ ଭଗବାନ ବିଷ୍ଣୁଙ୍କର ଅନ୍ୟତମ ସ୍ୱରୂପ ମାର୍ଜାରକେଶରୀ ପୂଜା ପାଉଛନ୍ତି।

ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବୈଶାଖ ମାସରେ ମହାପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡ଼ା ଏବଂ ଚନ୍ଦନ ଲେପନ ସହ ଅପରାହ୍ନରେ ପଖାଳ ଭୋଗ ଲାଗି କରାଯାଇଥାଏ। ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ଦଶମୀ ପର୍ଯ୍ୟନ୍ତ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ଲାଗି ହୋଇ ଆସୁଛି। ଏଥିରେ ଦହି ଓ ଟେଭା ପତ୍ର ମିଶାଯାଇ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତି କରାଯାଇଥାଏ। ଏହି ପଖାଳ ଭୋଗକୁ ମନ୍ଦିର ସେବାୟତମାନେ ପ୍ରସ୍ତୁତ କରିଥାନ୍ତି। ଅପରାହ୍ନରେ ମହାପ୍ରଭୁ ନୃସିଂହନାଥଙ୍କଠାରେ ଲାଗି ହେବା ପରେ ଭକ୍ତମାନଙ୍କୁ ଦିଆଯାଇଥାଏ। ପଖାଳ ଭୋଗ ପାଇଁ ମନ୍ଦିର କମିଟି ତରଫରୁ ମାଟି ନିର୍ମିତ ପାତ୍ରରେ ଭକ୍ତମାନଙ୍କୁ ବିନା ମୂଲ୍ୟରେ ଦିଆଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe