ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ, ପଖାଳକୁ ନେଇ କ’ଣ କହିଲେ ଜାଣନ୍ତୁ

Advertisment
ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ, ପଖାଳକୁ ନେଇ କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଖାଳ ଦିବସ ଅବସରରେ ଓଡ଼ିଶାବାସୀଙ୍କର ପ୍ରିୟ ଭୋଜନ ପଖାଳ ଖାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଖାଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନିଆରା ଢଙ୍ଗରେ ‘ପଖାଳ ଦିବସ’ ପାଳିଛନ୍ତି । ଖାଲି ସେତିକି ନୁହେଁ, ନିଜେ ପଖାଳ ଖାଉଥିବାର ୩୫ ସେକେଣ୍ଡର ଏହି ଭିଡିଓକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ‘ପଖାଳ’ ମୋର ପସନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଏହି ଟୁଇଟ୍‌କୁ ଅଳ୍ପ ସମୟ ମଧ୍ୟରେ ଶତାଧିକ ଲୋକ ପସନ୍ଦ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ କଦଳୀ ପତ୍ର ଉପରେ ପିତ୍ତଳ ବେଲାରେ ପଖାଳ ଭାତ ରଖାଯାଇଛି।। ତା ସହିତ ଅନ୍ୟ ବ୍ୟଞ୍ଜନ ମଧ୍ୟ ରଖାଯାଇଛି, ଯାହା ଭିତରୁ ଅଳ୍ପ କିଛି ବ୍ୟଞ୍ଜନ ନେଇ ନବୀନ ଖାଇବା ସହିତ ପଖାଳ ତାଙ୍କର ପସନ୍ଦ ବୋଲି କହୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି। ଟୁଇଟରରେ ସେ ପଖାଳ ଖାଉଥିବା ଫଟୋ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଓଡିଆ ଲୋକଙ୍କର ପ୍ରିୟ ଖାଦ୍ୟ ପଖାଳ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତିପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା।

ସୂୂଚନାଯୋଗ୍ୟ, ଗତ କିଛି ବର୍ଷ ଧରି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳିତ ହୋଇ ଆସୁଛି। ଦେଶ-ବିଦେଶରେ ରହୁଥିବା ଓଡ଼ିଆମାନେ ଏହି ପର୍ବକୁ ଅଧିକ ପାଳନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe