ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିସନର

Advertisment

ହକି ବିଶ୍ବକପ୍‌ ପାଇଁ ଅଭିନନ୍ଦନ ଜଣାଇଲେ

ହକି ବିଶ୍ବକପ୍‌ ପାଇଁ ଅଭିନନ୍ଦନ ଜଣାଇଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିସନର

ଭୁବନେଶ୍ବର : ଆଜି ପାକିସ୍ତାନ ହାଇ କମିସନର ସୋହେଲ୍‌ ମହମ୍ମଦ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉନ୍ନତମାନର ହକି ବିଶ୍ବକପ୍‌ ଆୟୋଜନ ପାଇଁ ତାଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ।‌ ସେହିପରି କ୍ରୀଡ଼ା କ୍ଷେତ୍ରରେ ପ୍ରଚାର ଓ ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସେ କହିଲେ ଯେ ବିଶେଷ କରି ଏହି ବିଶ୍ବକପ୍‌ ଆୟୋଜନ ଦକ୍ଷିଣ ଏସୀୟ ଦେଶମାନଙ୍କରେ ହକିକୁ ଲୋକପ୍ରିୟ କରିବାରେ ପ୍ରୋତ୍ସାହିତ କରିବ। ଭୁବନେଶ୍ବର ଆସି ହକି ଉପଭୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ସୋହେଲ୍‌ ବିଶ୍ବକପ୍‌ ଦେଖିବା ପାଇଁ ଭୁବନେଶ୍ବର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe