ଅପରାଜିତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ପଛରେ ପାକିସ୍ତାନୀ ଯୁବକ

Advertisment
ଅପରାଜିତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାକ୍‌ ପଛରେ ପାକିସ୍ତାନୀ ଯୁବକ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ସାଇବର୍‌ ଅପରାଧୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି। ଗତ ୧୮ତାରିଖ ଦିନ କେହି ଦୁର୍ବୃତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌ କରି ତାଙ୍କ ପ୍ରେଫାଇଲ୍‌ରେ ଅନେକ ତଥ୍ୟ ପରିବର୍ତ୍ତନ କରିଦେଇଥିଲା। ପ୍ରୋଫାଇଲ୍‌ରେ ‘ପଲିଟିସିଆନ୍‌’କୁ ବଦଳାଇ ‘କଳାକାର’ ଲେଖି ଦେଇଥିଲା। ଆକାଉଣ୍ଟରେ ହଠାତ୍‌ ତଥ୍ୟ ପରିବର୍ତ୍ତନ ଦେଖି ଶ୍ରୀମତୀ ଷଡ଼ଙ୍ଗୀଙ୍କ ଜଣେ ବନ୍ଧୁ ତାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏ ସଂପର୍କରେ ଦିଲ୍ଲୀସ୍ଥିତ ଆଇଟି ଅଫିସ୍‌ରେ ଅଭିଯୋଗ କରାଯିବା ପରେ ୨୪ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟକୁ ହ୍ୟାକର୍‌ କବଳରୁ ମୁକ୍ତ କରାଯାଇଥିଲା। ତେବେ ଆଇଟି ବିଭାଗର ତଦନ୍ତ ଅନୁଯାୟୀ, ଏହା ପାକିସ୍ତାନର ଜଣେ ହ୍ୟାକର୍‌ର କାରନାମା। ସାଂସଦଙ୍କ ଆକାଉଣ୍ଟ ରିକଭରି କରାଯାଉଥିଲେ ହେଁ ଇନ୍‌ଷ୍ଟ୍ରାଗ୍ରାମ୍‌ ସହ ସଂପର୍କିତ ଆପ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ଭେରିଫାଏଡ୍‌(ବ୍ଲୁଟିକ୍‌) ଦେଖାଉନାହିଁ। ସେହିପରି ଫେସ୍‌ବୁକ୍‌ରେ ମଧ୍ୟ କୌଣସି ଭିଡିଓ ଅପ୍‌ଲୋଡ ହେଉ ନାହିଁ ଏବଂ ‘ଅପରାଜିତା ଫ୍ୟାନ୍ସକ୍ଲବ୍‌ ପେଜ୍‌’ରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏ ସଂପର୍କରେ ଶ୍ରୀମତୀ ଷଡ଼ଙ୍ଗୀ ସାଇବର୍‌ ଥାନାକୁ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରାଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶଙ୍କ ନାମରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ହ୍ୟାକର ତାଙ୍କ ବନ୍ଧୁମାନଙ୍କୁ ଫ୍ରେଣ୍ଡ-ରିକ୍ବେଷ୍ଟ ପଠାଉଛି। ଯେଉଁମାନେ ‌‌ମଧୁସୂଦନ ଭାବି ତାଙ୍କ ସହ ଯୋଗାଯୋଗ କରୁଛନ୍ତି, ବିଭିନ୍ନ ଆଳ ଦେଖାଇ ସେ ସେମାନଙ୍କୁ ଟଙ୍କା ମାଗୁଛି। ଏ ସଂପର୍କରେ ଶ୍ରୀ ଦାଶ ତାଙ୍କ ନିଜ ଆକାଉଣ୍ଟରେ ‌ବନ୍ଧୁମାନଙ୍କୁ ସଚେତନ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe