ପୁରୀ: ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ତା’ଠୁ ସେତିକି ପୁରୁଣା ମଠ ପରମ୍ପରା। ଆଉ ମଠ, ପରମ୍ପରାକୁ ନେଇ ଖାଲି ପଞ୍ଜାବ ଓ ନେପାଳ ନୁହେଁ ପାକିସ୍ତାନର ମଧ୍ୟ ସଂପୃକ୍ତି ରହିଛି । ପୁରୀରେ ଦେଖିବାକୁ ମିଳିଛି ପାକିସ୍ତାନୀ ମଠ। ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଥରେ ପୁରୀକୁ ଲାହୋରରୁ ଆସିଥିବା ବାଳକ ରାମଦାସ ହରିଶଙ୍କର ମନ୍ଦିର ଓ ରାମଦାସ ମଠ ପ୍ରତିଷ୍ଠା କରିଥିଲେ।
ଅଖଣ୍ଡ ଭାରତ ସମୟରେ ୧୧୦ରୁ ଅଧିକ ସାଧୁସନ୍ଥ ପୁରୀକୁ ଆସିଥିଲେ । ସେତେବେଳେ ଲାହୋରର ବାଳକ ରାମଦାସ ମୋଗଲ ଶାସନ ସମୟରେ ତତ୍କାଳୀନ ଶାସକଙ୍କ ଦ୍ୱାରା ଦିଲ୍ଲୀରୁ ସିଧାସଳଖ ଶ୍ରୀଜଗନ୍ନାଥ ଧାମ ଆସି ଏହାକୁ ପ୍ରତିଷ୍ଠା କରି ମହାପ୍ରଭୁଙ୍କ ସଂସ୍କୃତିରେ ନିଜକୁ ସାମିଲ କରିଥିଲେ ।
ସେହି ସମୟରେ ଠାକୁରଙ୍କୁ ଛାଡ଼ି ଯିବା ପାଇଁ ଭକ୍ତଙ୍କର ମନ ହୋଇଥିଲା। ଯାହାଫଳରେ ଗଜପତିଙ୍କ ଦୃଷ୍ଟି ଆକର୍ଷଣ କରି ସେ ଗଜପତିଙ୍କୁ ଆସ୍ଥାନଟିଏ ଦେଇଥିଲେ। ଯାହାକି ଗୁଣ୍ଡିଚା ମନ୍ଦିର ଉତ୍ତର ପଟକୁ ଶରଧା ବାଲିରେ ଥିବା ହାତୀଶାଳ ପରିସରରେ ଥିଲା। ଏବେ ଏହି ମଠକୁ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରକୁ ଆଣି ରକ୍ଷଣାବେକ୍ଷଣ ସହ ଉନ୍ନତି କରୁଛି ।
Follow Us