କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଆଜି ପାଲେଷ୍ଟାଇନ୍ ପତାକା ଉଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏକ ଧାର୍ମିକ ଶୋଭାଯାତ୍ରାରେ କିଛି ଯୁବକ ଏହି ପତାକା ହାତରେ ଧରି ପୁରୁଣା ବସଷ୍ଟାଣ୍ଡ ନିକଟରେ ଉଡ଼ାଉଥିବା ଦେଖିବାକୁ ମିଳିଛି। ପୁରୁଣା ବସଷ୍ଟାଣ୍ତ୍ ଫାଣ୍ତି ଆଗରେ ଏହି ପତାକା ଉଡ଼ିଥିବା ନେଇ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ପାଲେଷ୍ଟାଇନ୍ର ଜାତୀୟ ପତାକା ଉଡ଼ାଯିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ପୂର୍ବତନ କାଉନସିଲର ତଥା ଜସନେ ଇଦ୍ ମିଲାଦୁନ ନବୀ କମିଟିର ଉପସଭାପତି ମୁକ୍ତାର ଖାଁ କହିଛନ୍ତି ଶୋଭାଯାତ୍ରା ଚାଲିଥିବା ବେଳେ ଏଭଳି ଘଟଣା ହୋଇନାହିଁ।
ଯଦି ପରେ କେହି ଏଭଳି କରିଥିବେ, ସେଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ପୂର୍ବତନ କାଉନସିଲର୍ ହିଫ୍ଜୁର୍ ରହେମାନ୍ କହିଛନ୍ତି ଯେ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ହୋଇଛି। ଆମ ନଜରକୁ ପାଲେଷ୍ଟାଇନ୍ ପତାକା ଉଡ଼ିବା ଘଟଣା ଆସିନାହିଁ। ଯଦି କେହି ଉଡ଼ାଇଥିବେ, ତାହା ନିନ୍ଦନୀୟ। ଏଭଳି କରିବା ଆଦୌ ଉଚିତ୍ ନୁହେଁ। ଟାଉନ ଥାନାଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି ମୋ ପାଖକୁ ଖବର ଆସିବା ପରେ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲି। ମାତ୍ର ପତାକା ଉଡ଼ୁଥିବା ଦେଖିବାକୁ ମିଳି ନଥିଲା କି ଏ ସ˚ପର୍କିତ କୌଣସି ଅଭିଯୋଗ ହୋଇନାହିଁ।
Follow Us