ଚାକିରି ପାଇଁ ଟ୍ରେନିଂ ନେଇ କୋଲକାତାରୁ ଫେରୁଥିଲେ ପଲ୍ଲବୀ, କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୁରୁତର

Advertisment
ଚାକିରି ପାଇଁ ଟ୍ରେନିଂ ନେଇ କୋଲକାତାରୁ ଫେରୁଥିଲେ ପଲ୍ଲବୀ, କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୁରୁତର

Deccan Herald

ପାତ୍ରପୁର: ଗତ ଶୁକ୍ରବାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଖରଣିପଡ଼ା ପଞ୍ଚାୟତ ଗୋଠଗାଁ ଗ୍ରାମର ପଲ୍ଲବୀ ସେଠୀ (୨୦) ଗୁରୁତର ଆହତ ହୋଇଛନ୍ତି। କଟକ ବଡ଼ଡାକ୍ତରଖାନାରେ ପଲ୍ଲବୀଙ୍କ ଚିକିତ୍ସା ଜାରି ରହିଛି। ସୀମାଞ୍ଚଳ ସେଠୀଙ୍କ ଝିଅ ପଲ୍ଲବୀ ଗତ ମାସରେ ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି ପାଇବା ପରେ ଦୁଇଦିନିଆ ଟ୍ରେନିଂ ପାଇଁ ସେ ଦଶଦିନ ତଳେ କୋଲକାତା ଯାଇଥିଲେ। ଶୁକ୍ରବାର ଦିନ କରମଣ୍ଡଳ ଏକ୍ସପ୍ରେସ୍‌ରେ ଫେରୁଥିଲେ। ତେବେ ହଠାତ୍ ଛାତିଥରା ଦୁର୍ଘଟଣାରେ ପଲ୍ଲବୀ ଗୁରୁତର ହୋଇଥିଲେ।

ଦୁର୍ଘଟଣାର ଚାରିଘଣ୍ଟା ପରେ କିଛି ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଖବର ପାଇ ହାଇଦ୍ରାବାଦରେ ଥିବା ଭାଇ ଶିବା କଟକରେ ପହଞ୍ଚିଥିବା ବେଳେ ବାପା ସୀମାଞ୍ଚଳ ମଧ୍ୟ କଟକ ବଡ଼ଡାକ୍ତରଖାନାରେ ଅଛନ୍ତି। ଭଗବାନଙ୍କ ଦୟାରୁ ପଲ୍ଲବୀ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ତେବେ ତାଙ୍କର ସମସ୍ତ ଆବଶ୍ୟକ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ କାଗଜପତ୍ର ହଜିଯାଇଛି। ସେ ସୋମବାର ଚାକିରିରେ ଯୋଗ ଦେଇଥାନ୍ତେ। ଏଥିପାଇଁ ବେଶ୍ ଖୁସି ଥିଲେ। ହେଲେ ଏହି ଦୁର୍ଘଟଣା ପରେ ତାଙ୍କ ସବୁ ଆଶା ଧୂଳିସାତ୍ ହୋଇଯାଇଥିବା ପଲ୍ଲବୀ କହିଛନ୍ତି। ତାଙ୍କ ବେକ ଓ ହାତରେ ଗୁରୁତର ଆଘାତ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe