ଶ୍ରୀମନ୍ଦିରରେ ପଞ୍ଚକ: ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

କାର୍ତ୍ତିକ ତ୍ରୟୋଦଶୀ ତିଥି ତଥା ମହାପଞ୍ଚକର ତୃତୀୟ ଦିନରେ ମହାପ୍ରଭୁ ଡାଳିକିଆ (ତ୍ରିବିକ୍ରମ) ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା।

fshhsffhs

ପୁରୀ: କାର୍ତ୍ତିକ ତ୍ରୟୋଦଶୀ ତିଥି ତଥା ମହାପଞ୍ଚକର ତୃତୀୟ ଦିନରେ ମହାପ୍ରଭୁ ଡାଳିକିଆ (ତ୍ରିବିକ୍ରମ) ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା। ସାତପାହାଚ, ନାଟମଣ୍ଡପ ଓ ଭିତର କାଠରେ ଦର୍ଶନ ଶୃଙ୍ଖଳିତ ହେଉନଥିବାରୁ ପ୍ରବଳ ଠେଲାପେଲା ଭିତରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଆସନ୍ତାକାଲି ପଞ୍ଚକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ବାମନ ଅବତାରର ସର୍ବମୟ ସ୍ବରୂପକୁ ମନେ ପକାଇ ଏହି ବେଶ କରାଯାଇଥାଏ।

 ସାତପାହାଚ ଓ ନାଟମଣ୍ଡପରେ ଅସମ୍ଭାଳ ଭିଡ଼ 
ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ

ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଆରମ୍ଭ ହୋଇଥିଲା। ଖୁଣ୍ଟିଆ, ଚାଙ୍ଗଡ଼ା, ମେକାପ ଓ ସିଂହାରୀ ସେବକମାନେ ଠାକୁରଙ୍କୁ ବେଶ କରିଥିଲେ। ମସ୍ତକରେ ସୁନା କିରୀଟ, ଚନ୍ଦ୍ର-ସୂର୍ଯ୍ୟ ସାଙ୍ଗକୁ ସହ ସୋଲ, କନା, ବେତ, କଇଁଥ ଆଦି ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦେଖିବାକୁ ମିଳିଥିଲା। ଶ୍ରୀବିଗ୍ରହ ଆଡ଼କାନି ସହ ଘାଗଡ଼ାମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକମାଳି ପରିଧାନ କରିଥିଲେ। ବଡ଼ଠାକୁର ଶ୍ରୀବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗିଲୁଗା କଛା ମାରି ପିନ୍ଧା ଯାଇଥିଲା। ମହନ୍ତ ରାମ ଜୟନ୍ତୀ ଦାସଙ୍କ ଦ୍ବାରା ଏହି ବେଶ ପ୍ରଚଳିତ ହୋଇଥିଲା। ଅବକାଶଠାରୁ ଭୋଗମଣ୍ଡପ ପର୍ଯ୍ୟନ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଥିବାରୁ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ଶ୍ରୀମନ୍ଦିରରେ ବଡ଼ଓଷା ଓ ବୈକୁଣ୍ଠ ଚତୁର୍ଦ୍ଦଶୀ ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe