ପରିଣତ ବୟସରେ ଜିଲ୍ଲା ପରିଷଦ ସଦସ୍ୟ ହେବା ପାଇଁ ଆଶା ରଖିଛନ୍ତି କୁଞ୍ଜ ଅପା, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ବାବା ବୃନ୍ଦାବନ

Advertisment

ସରପଞ୍ଚ ପାଇଁ ଲଢ଼ୁଛନ୍ତି ବିଟେକ୍ ଡିଗ୍ରୀଧାରୀ

ସରପଞ୍ଚ ପାଇଁ ଲଢ଼ୁଛନ୍ତି ବିଟେକ୍ ଡିଗ୍ରୀଧାରୀ

ପରିଣତ ବୟସରେ ଜିଲ୍ଲା ପରିଷଦ ସଦସ୍ୟ ହେବା ପାଇଁ ଆଶା ରଖିଛନ୍ତି କୁଞ୍ଜ ଅପା, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ବାବା ବୃନ୍ଦାବନ

ଭୁବନେଶ୍ବର: ତ୍ରିିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ଆଉ ନାମାଙ୍କନ ଦାଖଲ କରିବା ପରେ କେତେଜଣ ପ୍ରାର୍ଥୀ ଚର୍ଚ୍ଚାକୁ ଆସିଛନ୍ତି । ଆସନ୍ତୁ ସେହିଭଳି କେତେଜଣ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଯେଉଁମାନେ ଚର୍ଚ୍ଚାରେ ରହିଛନ୍ତି ।

ବିଟେକ୍ ପାଠ ପଢ଼ିଥିବା ସୁଜିତ ଅନୁଗୋଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ପାଠପଢ଼ିବା ପରେ ମୋଟା ଦରମାରେ କମ୍ପାନୀରେ ଚାକିରି କରିଥିଲେ ସୁଜିତ । ହେଲେ ଗାଁରେ ରହି କିଛି ନିଆରା କରିବାକୁ ସ୍ୱପ୍ନ ତାଙ୍କୁ ଚାକିରିରେ ବାନ୍ଧି ପାରିନଥିଲା । ଶେଷରେ ଚାକିିରି ଛାଡି ଗାଁକୁ ଆସିଥିଲେ । ଆଉ ପଞ୍ଚାୟତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ।

ସେହିପରି ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ନିମାପଡାର କୁଞ୍ଜଦିଦି । ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଚାଲିଥିବାବେଳେ ଚର୍ଚ୍ଚାକୁ ଆସିଛନ୍ତି ନିମାପଡାର ଜିଲ୍ଲାପରିଷଦ ଆଶାୟୀ ପ୍ରାର୍ଥୀ କୁଞ୍ଜଲତା ସାମଲ । କୁଞ୍ଜଲତା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଆଦର୍ଶରେ ଅନୁପ୍ରାଣିତ ହୋଇ କଅଁଳ ବୟସରେ ରାଜନୀତିରେ ଯୋଗଦେଇଥିଲେ । ନିମାପଡ଼ା ପଞ୍ଚାୟତ ସମିତିର ଥରେ ଉପାଧ୍ୟକ୍ଷା ଓ ଲଗାତର ଭାବେ ୫ ଥର ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି କୁଞ୍ଜଦିଦି । ଚଳିତଥର ପୁଣି ପୁରୀ ଜିଲ୍ଳାର ୧୮ନଂ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି କୁଞ୍ଜଲତା ସାମଲ ।

ସେହିପରି ଏହି ପଞ୍ଚାୟତ ନିର୍ବାଚନ ଚର୍ଚ୍ଚାରେ ଅଛନ୍ତି ଅସ୍ତରଙ୍ଗ ଅଞ୍ଚଳର ବୃନ୍ଦାବନ ବାବା । ଭଗବତ ବାଣୀ ପ୍ରଚାରକ ବୃନ୍ଦାବନ ବାବା ଅସ୍ତରଙ୍ଗ ବ୍ଲକ ଝାଡାଲିଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରବଚନ ଦେଇ ଲୋକଙ୍କୁ ବାନ୍ଧି ରଖୁଥିବା ବୃନ୍ଦାବନ ନିର୍ବାଚନ ମଇଦାନରେ କେମିତି ସଫଳ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe