ଗଞ୍ଜାମ ଜିଲ୍ଲାରେ ୫୦୩ ପଂଚାୟତ ପ୍ରତିନିଧି, ୬୯ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪.୪୩ ଲକ୍ଷ ଭୋଟର

Advertisment

୭୦୯୯ ବୁଥ୍‌ରେ ହେବ ମତଦାନ

୭୦୯୯ ବୁଥ୍‌ରେ ହେବ ମତଦାନ

ଗଞ୍ଜାମ ଜିଲ୍ଲାରେ ୫୦୩ ପଂଚାୟତ ପ୍ରତିନିଧି, ୬୯ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪.୪୩ ଲକ୍ଷ ଭୋଟର

NewsX

ଛତ୍ରପୁର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ‌ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଫେବ୍ରୁଆରି ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଜାନୁଆରି ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ସ୍ଥିର ହୋଇଛି। ଗଞ୍ଜାମ ଜିଲ୍ଲାରେ ୨୨ଟି ବ୍ଲକ୍‌ର ୫୦୩ ପଂଚାୟତ ଅଧୀନ ୩୨୫୦ଟି ଗାଁର ନିର୍ବାଚନ ହେବ। ୫୦୩ ପଂଚାୟତରେ ୫୦୩ ସରପଂଚ ଓ ୫୦୩ ସମିତିସଭ୍ୟ, ୭୧୦୧ ଓ୍ବାର୍ଡମେମ୍ବର, ୬୯ ଜିଲ୍ଲା ପରିଷଦ ଜୋନ୍‌ ସଦସ୍ୟ ପାଇଁ ନିର୍ବାଚନ ହେବ। ଉପରୋକ୍ତ ସମସ୍ତ ପଂଚାୟତ ପ୍ରତିନିଧି, ଓ୍ବାର୍ଡମେମ୍ବର ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମୁଦାୟ ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ ଏବଂ ୭୦୯୯ ମତଦାନ କେନ୍ଦ୍ରରେ ମତଦାନ ହେବ। ମତଦାନ ବେଳେ କେତେକ ମତଦାନ କେନ୍ଦ୍ର ଗୁଡିକ ସମ୍ବେଦନଶୀଳ ରହିଛି ସେଗୁଡିକୁ ବ୍ଲକ୍‌ ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖିଛନ୍ତି। ଯେଉଁ ବୁଥ୍ ଗୁଡିକ ସମ୍ବେଦନଶୀଳ ଏବଂ ଅତି ସମମ୍ବେଦନଶୀଳ ରହିଛି ସେଗୁଡିକରେ ଭିଡିଓ କ୍ୟାମେରା, ସିସି କ୍ୟାମେରା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ଗଞ୍ଜାମରେ ୫ଟି ପର୍ଯ୍ୟାୟରେ ଫେବ୍ରୁଆରି ୧୬ରୁ ୨୪ ନିର୍ବାଚନ ହେବ, ଫେବୃୟାରୀ ୨୬ ରୁ ୨୮ ତାରିଖ ତିନିଦିନ ଧରି ନିର୍ବାଚନର ଭୋଟ ଗଣତି ଓ ଫଳାଫଳ ଘୋଷଣା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଭୋଟ ଗଣତି ନିମନ୍ତେ ୨୬ଟି ସ୍ଥାନ ଚିହ୍ନଟ କରାଯାଇଛି। ଫଳାଫଳ ଘୋଷଣା ପରେ ଓ୍ବାର୍ଡମେମ୍ବର ସଂଖ୍ୟା ଗରିଷ୍ଠ ନେଇ ସବୁ ପଂଚାୟତରେ ମାର୍ଚ୍ଚ ୧୧ ତାରିଖରେ ନାଏବ ସରପ‌ଞ୍ଚ ନିର୍ବାଚନ ହେବ। ସେହିପରି ସମିତିସଭ୍ୟ ସଂଖ୍ୟା ଗରିଷ୍ଠ ନେଇ ପ୍ରତି ବ୍ଲକ୍‌ରେ ମାର୍ଚ୍ଚ ୧୨ରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ସଭାପତି, ମାର୍ଚ୍ଚ ୨୩ରେ ପଂଚାୟତ ସମିତି ଉପାଧ୍ୟକ୍ଷ ଏବଂ ମାର୍ଚ୍ଚ ୨୫ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe