ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ: ଏପ୍ରିଲ ୨୬ରେ ଜାରି ହେବ ବିଜ୍ଞପ୍ତି

Advertisment
ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଭୁବନେଶ୍ବର: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ।  ଏନେଇ ଆସନ୍ତ‌େ ୨୬ ତାରିଖରେ ବିଜ୍ଞପ୍ତି ଜାରି ହେବ । ନିର୍ବାଚନ ହେବାକୁ ଥିବା ସ୍ଥାନରେ ଆଜିଠୁ ଆଚରଣ ବିଧି ଲାଗୁ ହୋଇଯାଇଛି। ପୂର୍ବରୁ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ପୁଣି ଥରେ ନାମାଙ୍କନ କରିବାକୁ ପଡିବ ନାହିଁ ।

ସେହିପରି ଏପ୍ରିଲ ୨୯ରୁ ମେ’ ୫ ତାରଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ । ମେ ୪ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ, ମେ ୫ରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରାଯିବ । ମେ ୭ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ଏହାପରେ ୨୭ ମେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଭୋଟ ଗ୍ରହଣ ହେବ । ୨୮ ମେରେ ଭୋଟ ଗଣତି ହେବାକୁ ଥିବା ବେଳେ ମେ ୩୧ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe