ଭୁବନେଶ୍ବର : ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପରେ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧୀ ବିଜେପି ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି। ହେଲେ ଠିକ୍ ସମୟରେ ଓ ଶୃଙ୍ଖଳିତ ଭାବେ ଯେପରି ପଞ୍ଚାୟତ ନିର୍ବାଚନ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନର ଆସନ୍ତା ୧୨ତାରିଖରେ ଜିଲ୍ଲାପାଳ ଓ ଏସ୍ପିମାନଙ୍କ ବୈଠକ ଡାକିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୧୨ରେ େଲାକସେବା ଭବନ କନଭେନସନ୍ ସେଣ୍ଟରରେ ଏହି ବୈଠକ ବସିବ। ଏଥିେର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉନ୍ନୟନ କମିସନର, ଗୃହ ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଯୋଗଦେବେ। ପୂର୍ବରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକ ଭର୍ଚୁଆଲ ମୋଡରେ ହୋଇଥିଲେ ହେଁ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ, ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ ଭୋଟ୍ ବ୍ଲକ୍ ସ୍ତରରେ ଗଣତି ହେବାକୁ ଥିବାରୁ ସବୁ ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଏହି ଅଫ୍ଲାଇନ୍ ବୈଠକ ଡକାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ପରେ କମିସନ ସର୍ବଦଳୀୟ ବୈଠକ ଡାକିବେ। ଜାନୁଆରି ତୃତୀୟ ସପ୍ତାହରେ ହିଁ ପଞ୍ଚାୟତ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହେବ।
Follow Us