କଟକଣାରେ ହେବ ପଞ୍ଚାୟତ ନିର୍ବାଚନ; ୧୩ ଜାନୁଆରି ବେଳକୁ ତାରିଖ ଘୋଷଣା, ସ୍ଥିତି ବିଗିଡିଲେ ନିଷ୍ପତ୍ତି ବଦଳିପାରେ

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ୨୩୫ ପ୍ଲାଟୁନ୍‌ ପୁଲିସ ମୁତୟନ, ୧୮୩୪ ପେଟ୍ରୋଲିଂ ପାର୍ଟି ନିୟୋଜିତ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଭାରତର ନିର୍ବାଚନ କମିସନ ପାଞ୍ଚଟି ରାଜ୍ୟ ଲାଗି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କୁ ପଞ୍ଚାୟତ ନିର୍ବାଚନ ଲାଗି ଏହା ବଳ ଯୋଗାଇଛି। ନିର୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ କରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି। ୧୩ ତାରିଖ ବେଳକୁ ତାରିଖ ଘୋଷଣା ହୋଇପାରେ। ଆଜି ସକାଳେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ ବିଚାର ଆଲୋଚନା କରିଥିଲେ। କଟକଣା ଯୁକ୍ତ ନିର୍ବାଚନ ଲାଗି ଆପାତତଃ ସହମତି ହୋଇଥିବା ସୂଚନା ମିଳୁଛି। ତେବେ ସ୍ଥିତି ଯଦି ଅଣାୟତ୍ତ ହେବ, ଶେଷ ମୁହୂର୍ତରେ ନିଷ୍ପତ୍ତି ବଦଳିପାରେ। ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ପରିପ୍ରେକ୍ଷୀରେ ଏହା ପୂର୍ବରୁ ସମୁଦାୟ ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ସ୍ଥିର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନିର୍ବାଚନ କମିସନ ଆବଶ୍ୟକ ସାମଗ୍ରୀ ଜିଲ୍ଲାସ୍ତରକୁ ପଠାଇ ସାରିଲେଣି। ୧୦ତାରିଖରେ ସର୍ବଦଳୀୟ ବୈଠକ ବସିବ। ୧୨ରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଭର୍ଚୁଆଲ ମୋଡରେ ବୈଠକ ହେବ। ତେଣୁ ୧୩ ତାରିଖ ବା ତା ପରେ ପରେ ନିର୍ବାଚନ କମିସନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

publive-image The Leaflet

କୋଭିଡ ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବାରୁ ଭାରତର ନିର୍ବାଚନ କମିସନଙ୍କ ଭଳି ରାଜ୍ୟ ନିର୍ବାଚନ କମିସନ ଏସ୍‌ଓପି ଜାରି କରିବେ। ରାଲି କରିବାକୁ ଖୁବ୍‌ କମ୍‌ ସମୟ ଦିଆଯିବ ଏବଂ ସର୍ବାଧିକ ୧୦୦ଜଣ ଲୋକଙ୍କୁ ନେଇ ସଭା କରିବାର ଅନୁମତି ମିଳିପାରେ।

କୋଭିଡ ପାଇଁ ଅଧିକ ବୁଥ୍ ହେବ। ସମସ୍ତ ଜିଲ୍ଲାପାଳଙ୍କୁ ଆଦର୍ଶ ଆଚରଣ ବିଧି ନେଇ ଗାଇଡଲାଇନ୍ ପଠାଯାଇଥିବାରୁ ଯେଉଁ ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବ ସେହି ମୁହୂର୍ତ୍ତରୁ ଏହା ଲାଗୁ କରାଯିବ। ଯଦି ରାଜ୍ୟରେ କୋଭିଡ ସ୍ଥିତି ଅଣାୟତ୍ତ ହୁଏ ତେବେ ପରିସ୍ଥିତିକୁ ଦେଖି କମିସନର ଅନ୍ୟ ପଦକ୍ଷେପ ନେଇପାରନ୍ତି।

publive-image Bhatkallys.com

ରାଜ୍ୟର କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ କିପରି କରାଯିବ ସେନେଇ ଶନିବାର ଦିନ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା ଏବଂ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜ କୁମାର ଶର୍ମାଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ କମିସନରଙ୍କୁ ଅବଗତ କରାଯାଇଥିଲା। ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର, ନିର୍ବାଚନ ପ୍ରଚାର ଓ ଭୋଟ୍‌ ଗଣତି ସମୟରେ ହେବାକୁ ଥିବା ଭିଡ଼ ନିୟନ୍ତ୍ରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କ‌େର ଏଥିରେ ଆଲୋଚନା ହୋଇଥିଲା। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଆଗ ଧାଡ଼ିର କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦ୍ବିତୀୟ ଡୋଜ୍ ଟିକା ଦେବାକୁ କୁହାଯାଇଛି।

ବୈଠକରେ ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ବତନ୍ତ୍ର ସଚିବ ରଘୁରାମ ଆର୍‌ ଆୟାର, ଉପସଚିବ ଆଜାଦ୍‌ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe