କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ : କେନ୍ଦ୍ର ବିରୋଧରେ ପଞ୍ଚାୟତ ସ୍ତରରୁ ରଣନୀତି

Advertisment

ଚଳିତମାସରେ ୫ଟି ସଂସଦୀୟ କ୍ଷେତ୍ରରେ ସମ୍ମିଳନୀ ଅନୁଷ୍ଠିତ ହେବ

ଚଳିତମାସରେ ୫ଟି ସଂସଦୀୟ କ୍ଷେତ୍ରରେ ସମ୍ମିଳନୀ ଅନୁଷ୍ଠିତ ହେବ

କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ : କେନ୍ଦ୍ର ବିରୋଧରେ ପଞ୍ଚାୟତ ସ୍ତରରୁ ରଣନୀତି

ଭୁବନେଶ୍ବର : ଦେଶ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ। କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଜନମତ ସୃଷ୍ଟି ପାଇଁ ଆରମ୍ଭ କରିଥିବା ଅଭିଯାନକୁ ଏଣିକି ପଞ୍ଚାୟତ ସ୍ତରକୁ ନେବ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସମ୍ମିଳନୀରେ ଏ ନେଇ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ଅନୁଷ୍ଠାନ ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରାକ୍ତନ ସାଂସଦ ସୁଶ୍ରୀ ମିନାକ୍ଷୀ ନଟରାଜନ୍‌ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶାରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଗୌଣ କରାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହିତ ଚଳିତ ମାସରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର ସଂସଦୀୟ କ୍ଷେତ୍ରମାନଙ୍କରେ ପଞ୍ଚାୟତ ପ୍ରତିନିଧିମାନଙ୍କର ସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ହୋଇଛି।

ସୁଶ୍ରୀ ନଟରାଜନ କହିଥିଲେ ଯେ ଦେଶର ବିକାଶ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେଉଛି ପଞ୍ଚାୟତ ବ୍ୟବସ୍ଥା। ପଞ୍ଚାୟତ ବ୍ୟବସ୍ଥା ସୁଦୃଢ଼ ନ ହେଲେ କ୍ଷମତା ବିକେନ୍ଦ୍ରୀକରଣ ସମ୍ଭବ ନୁହେଁ। ଏହି କଥାକୁ କଂଗ୍ରେସ ସବୁବେଳେ ଗୁରୁତ୍ବ ଦେଇଆସିଛି। ଏହି ବ୍ୟବସ୍ଥାର ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସୁଶ୍ରୀ ନଟରାଜନ୍ ପୃଥକ୍‌ ପୃଥକ୍‌ ଆଲୋଚନା କରିଥିଲେ। ସମ୍ବିଧାନ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ଓ ପଞ୍ଚାୟତ ବ୍ୟବସ୍ଥା ଉପରେ ପ୍ରଚାର ପତ୍ର ବଣ୍ଟାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଏହାସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ସଂସ୍କାର ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଆରଜିପିଆର୍‌ ଆର୍‌ର୍‌ ଓଡ଼ିଶା ସଂଯୋଜକ ରାଜକୁମାର କିରୋଡୋ, ଯୁବନେତା ମାନସ ମଲ୍ଲିକ, ଅଜୟ ସାମଲ, ବିଜୟ ପ୍ରଧାନ, ନିରଦ ବରଣ ଖୁଣ୍ଟିଆଙ୍କ ସମେତ ଶତାଧିକ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe