କଲମପୁର : କଲମପୁର ବ୍ଲକ ନୂଆଗାଁ ପଞ୍ଚାୟତରେ ସୋମବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବିଡିଓ ବିଜୟ ମାଡ଼ାଙ୍ଗୀ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସମିତି ସଭ୍ୟ ବବ୍ରୁବାହାନ ପୂଝାରୀ, ଜିପିଇଓ କରୁଣାକର ବାଗ, ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ନାୟକ ପ୍ରମୁଖ ଅଭିଯୋଗ ଗ୍ରହଣ କରିବା ସହ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।
ଉଦ୍ୟାନ ବିଭାଗ ଓଭରସିଆର କ୍ଷୀରସିନ୍ଧୁ ନାଏକ, ଏଲ୍ଆଇ କ୍ଷିତିଶ ମୁଣ୍ଡ ପ୍ରମୁଖ ମଧ୍ୟ ଉପସ୍ଥିତଥିଲେ। ଆବାସ ଯୋଜନା ପାଇଁ ୫୫, ଭତ୍ତା ପାଇଁ ୧, ମନ୍ରେଗା ପାଇଁ ୩ ଏବଂ ଅନ୍ୟାନ୍ୟ ୧ ଏଭଳି ମୋଟ ୬୦ଟି ଅଭିଯୋଗର ଶୁଣାଣି କରାଯାଇଥିଲା।
Follow Us