123rf.com
ଚଣ୍ଡିଖୋଲ/ବଡ଼ଚଣା : ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟର ପିଅନ ବସନ୍ତ କୁମାର ସାହୁଙ୍କୁ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଶୋକ କୁମାର ବଳଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି। ସେମାନେ ଗିରଫ ଭୟରେ ଫେରାର ହୋଇ ଯାଇଥିବା ନେଇ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ଏକ ପରକୀୟା ପ୍ରୀତି ଘଟଣାକୁ ନେଇ ବଡ଼ଚଣା ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା । ଏହାକୁ ନେଇ ଅଶୋକ କୁମାର ବଳଙ୍କ ପରିବାର ଲୋକେ ବସନ୍ତଙ୍କ ପରିବାରକୁ ହତ୍ୟା ଧମକ ଦେଇଥିଲେ ।
ଗତ ୫ ତାରିଖ ଦିନ ସକାଳେ ବସନ୍ତ ସାହୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଅଶୋକ ବଳ ତାଙ୍କ ଉପରେ ଟ୍ରକ ଚଢ଼ାଇ ଫେରାର ହୋଇଯାଇଥିଲା ଘଟଣାସ୍ଥଳରେ ବସନ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏନେଇ ଅଭିଯୋଗ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅଶୋକକୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏହି ଘଟଣାରେ ସଂପୃକ୍ତ ତାଙ୍କ ପରିବାରର ସଦସ୍ୟଙ୍କୁ ପୁଲିସ ଗିରଫ କରିବା ପାଇଁ ଉଦ୍ୟମ କରୁଥିବା ଖବର ପାଇ ସେମାନେ ଗତ ଦୁଇ ଦିନ ତଳୁ ଘରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି । ତୁରନ୍ତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୃତ ବସନ୍ତଙ୍କ ପୁତ୍ର ଶାରଦା ପ୍ରସାଦ ଦାବି କରିଛନ୍ତି।
Follow Us