ପଞ୍ଚାୟତ ରାଜନୀତି ସରଗରମ: ୨୨ରେ ୬ ବ୍ଲକ୍‌ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ପଦବି ପାଇଁ ଉପନିର୍ବାଚନ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଓ ୪ ନ‌ାଏବ ସରପଞ୍ଚ ପାଇଁ ବି ହେବ ଉପନିର୍ବାଚନ

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଓ ୪ ନ‌ାଏବ ସରପଞ୍ଚ ପାଇଁ ବି ହେବ ଉପନିର୍ବାଚନ

ଚତୁର୍ଥ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ସମୀକ୍ଷା: ବା‌ଲେଶ୍ବରର ଦୁଇ ସୁବାସିନୀ ଧନୀ

Shutterstock

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୁଇ ମାସ ବିତିଥିବାବେଳେ ଏବେ ପଞ୍ଚାୟତ ରାଜନୀତି ଉଷ୍ମ ହେଲାଣି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣରୁ ଖାଲି ପଡ଼ିଥିବା ଗୋଟିଏ ଜିଲ୍ଲା ପରିଷଦ ସଭାପତି, ୬ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଟିଏ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବି ପୂରଣ ପାଇଁ ଅଗଷ୍ଟ ୨୨ତାରିଖରେ ଉପନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ ପଞ୍ଚାୟତ ରାଜନୀତି ଉଷ୍ମ ହେବାରେ ଲାଗିଛି। ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି, ବିଜେଡି ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଏବେଠୁ ପୂରା ଦମ୍ ଲଗାଇଦେଇଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ କେଉଁ ଦଳ ନିଜ କବ୍‌ଜାରେ ରଖୁଛି ତାହା ଉପରେ ସମସ୍ତଙ୍କ ନଜର। ଏଥିପାଇଁ ସ୍ଥାନୀୟ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଏବେଠୁ ସମିତି ସଭ୍ୟମାନଙ୍କ ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛନ୍ତି।

ଗତ ସାଧାରଣ ନିର୍ବାଚନବେଳେ ନିର୍ବାଚନରେ ପ୍ରାର୍ଥୀ ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଇସ୍ତଫା ଦେଇଥିଲେ। ଏବେ ଏହି ପଦ ପାଇଁ ଅଗଷ୍ଟ ୨୨ରେ ନିର୍ବାଚନ ହେବ। ସେହିପରି ନର୍ଲା ବିଧାୟକ ପୂର୍ବରୁ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବାବେଳେ ସେ ନିର୍ବାଚନରେ ଲଢ଼ିବାକୁ ଇସ୍ତଫା ଦେଇଥିଲେ। ନୟାଗଡ଼ର ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ହୋଇଥିବାରୁ ସେ ଇସ୍ତଫା ଦେଇଥିଲେ। ଏହିପରି ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧର ହରଭଙ୍ଗା ଉପାଧ୍ୟକ୍ଷ, ଗଞ୍ଜାମର କବିସୂର୍ଯ୍ୟନଗର, ଖଲ୍ଲିକୋଟ, ନବରଙ୍ଗପୁରର ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ। ଗଞ୍ଜାମର କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କର ମୃତ୍ୟୁ ହୋଇଥିବାରୁ ଏହି ପଦବି ଖାଲି ପଡ଼ିଥିଲା। ତେଣୁ ଏଠାରେ ଉପନିର୍ବାଚନ ପାଇଁ ସ୍ଥାନୀୟ ଜିଲ୍ଲାପାଳମାନେ ସୁପାରିଶ କରିଛନ୍ତି। ଏହାକୁ ଆଧାର କରି ରାଜ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ଉପନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୨ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୧୧ଟାରୁ ୧୧ଟା ୩୦ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ, ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ଆବଶ୍ୟକ ପଡ଼ିଲେ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ମଧ୍ୟରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି। ସେହିଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ସେହିପରି ବିଭିନ୍ନ କାରଣରୁ ଖାଲି ପଡ଼ିଥିବା ଜଗତସିଂହପୁର ବ୍ଲକର ପାଟସରା ଗ୍ରାମପଞ୍ଚାୟତ, ଓଡ଼ଗାଁର ଗୋଡ଼ିପାଲି, ରାମନାଙ୍ଗୁଡାର ଗୁଣୁଠି, ଜମଙ୍କିରାର କେନାଢିପା ଗ୍ରାମପଞ୍ଚାୟତରେ ଖାଲି ପଡ଼ିଥିବା ନାଏବ ସରପଞ୍ଚ ପଦବି ପାଇଁ ବି ଅଗଷ୍ଟ ୨୨ରେ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବି ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe