ସ୍ଥାନୀୟ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ

ସ୍ଥାନୀୟ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ

ଯୋଡ଼ା : ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତ ଅନ୍ତର୍ଗତ ବିଲେଇପଦାଠାରେ ଥିବା ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ କମ୍ପାନି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଫେରାଦ ହୋଇଛନ୍ତି। ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସେମାନେ ଦାବି କରିଛନ୍ତି।

ଅଭିଯୋଗରେ ସ୍ଥାନୀୟ ବିରିକଳା, କଣ୍ଡରା, ଅସେଇଁକଳା  ଓ ଚମକପୁର ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନେ ମିଳିତ ଭାବେ ଲିଖିତ ଅଭିଯୋଗ କରିଛନ୍ତି ଯେ ନିକଟରେ ଦୁଇଥର କମ୍ପାନି କର୍ତ୍ତୃପକ୍ଷଙ୍କୁ  କାରଖାନା ପାର୍ଶ୍ଵବର୍ତ୍ତୀ   ପଞ୍ଚାୟତଗୁଡିକରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ  ଦାବି କରିବା ସହ ଆଲୋଚନା କରିଥିଲେ। ମାତ୍ର କମ୍ପାନି ସେମାନଙ୍କର ଦାବିକୁ କର୍ଣ୍ଣପାତ କରୁନାହିଁ। କମ୍ପାନି ପକ୍ଷରୁ ୪୦ ଜଣ  ବାହାର ଅଞ୍ଚଳର ଲୋକଙ୍କୁ  ନିଯୁକ୍ତି ଦେବା ପାଇଁ ମସୁଧା  ଚଳାଇଛି । କାରଖାନା ପରିପାର୍ଶିକ କ୍ଷତିଗ୍ରସ୍ତ  ସ୍ଥାନୀୟ ପଞ୍ଚାୟତ ଗୁଡିକରେ ନିଯୁକ୍ତି ଅଭାବରୁ  ଶିକ୍ଷିତ ଯୁବକଯୁବତୀ ବେକାର ହୋଇ ବସିରହିଛନ୍ତି। ଏପରି ସ୍ଥଳେ ବାହାର ଲୋକଙ୍କୁ କମ୍ପାନୀ ନିଯୁକ୍ତି ଦେବା ପାଇଁ ଚକ୍ରାନ୍ତ କରୁଥିବା ଅଭିଯୋଗ କରାଯାଇଛି। ଏ ଦିଗରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରାଯାଇ ଥିବା ବିରିକଳ। ସରପଞ୍ଚ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe