ପଞ୍ଚାୟତ ‌ଭୋଟ୍‌ ଗଣତି ବ୍ଲକରେ ହେବ, ଗେଜେଟ୍ ବିଜ୍ଞପ୍ତି ଜାରି ହେଲା

ନିର୍ବାଚନ ଶେଷ ପରେ ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ

Bhatkallys.com

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଗଣତି ଆଉ ମତଦାନ କେନ୍ଦ୍ରରେ ହେବନି। ସାରା ଓଡ଼ିଶାରେ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଦିନରେ ଭୋଟ୍‌ ଗଣତି ହେବ। ଏନେଇ ପଞ୍ଚାୟତିରାଜ ବ୍ୟବସ୍ଥାର ଆଇନରେ ଥିବା ନିୟମାବଳୀରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ଗତ ୧୮ତାରିଖରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖଶାସନ ସଚିବ ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି।

ସଂଶୋଧିତ ନିୟମାବଳୀ ଅନୁଯାୟୀ, ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ‌େ‌ଶଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ଭୋଟ୍‌ ବାକ୍ସ/ଇଭିଏମ୍‌କୁ ସିଲ୍‌ କରିବେ। ଏହାପରେ ଏହାକୁ ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମ୍‌କୁ ପଠାଇବେ। ସାରା ଓଡ଼ିଶାରେ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗୋଟିଏ ଦିନରେ ଭୋଟ୍‌ ଗଣତି ହେବ।

ସୂଚନାଯୋଗ୍ୟ ଯେ, ଏହି ନିୟମରେ ସଂଶୋଧନ ପାଇଁ ଗତ ମାସ ୧୮ତାରିଖରେ ଚିଠା ନିୟମାବଳୀ ଜାରି କରାଯାଇ ଲୋକଙ୍କ ଆପତ୍ତି ଓ ପ୍ରସ୍ତାବ ମଗାଯାଇଥିଲା। ତେବେ କୌଣସି ଆପତ୍ତି ଓ ପ୍ରସ୍ତାବ ନମିଳିଲା ପରେ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe