ଆଉ ମାର୍ଚ୍ଚ ୫ ନୁହେଁ, ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ: ୫ରେ ସରକାରୀ ଛୁଟି ହେବନି, ବିଜୁ ଜୟନ୍ତୀ ମହାସମାରୋହରେ ପାଳନ ହେବ

Advertisment

ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା।

ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା।

ddfdf

ଭୁବନେଶ୍ବର: ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ରାଜ୍ୟରେ ସରକାର ବଦଳିବା ପରେ ବିଜେଡି ସରକାରର ନିୟମକୁ ହଟାଇ ଦିଆଯାଇଛି। ଏଣିକି ଏପ୍ରିଲ ୨୪ରେ ଓଡ଼ିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଥର ସରକାର ବଦଳିଥିବାରୁ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଦିବସ ଭାବେ ରଖାଯାଇଛି। କିନ୍ତୁ ‌ସେହିଦିନ ସରକାର ପଞ୍ଚାୟତିରାଜ ଦିବସ ପାଳନ ନକରିବା ନେଇ ଆଭାସ ମିଳୁଥିଲା। କାରଣ ପଞ୍ଚ‌ାୟତିରାଜ ଦିବସ ପାଳନ ନେଇ କୌଣସି ବିଜ୍ଞପ୍ତି ଜାରି ହୋଇ ନଥିଲା। ବିଜେଡି ମଧ୍ୟ ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲା। ଦୁଇ ଦିନ ହେଲା ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଶେଷରେ ଆଜି ସନ୍ଧ୍ୟାରେ ଏହି ଦ୍ବନ୍ଦ୍ବ ହଟିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଏ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଥିଲା। 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରା ନଯାଇ ଏପ୍ରିଲ ୨୪ ତାରିଖରେ ପାଳନ କରାଯିବ। ଏହି ଦିନ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। 

ସେହିପରି ମାର୍ଚ୍ଚ ୫ ତାରିଖ ହେଉଛି ଓଡ଼ିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୫ ତାରିଖରେ ସରକାରୀ ଛୁଟି ହେବନି ବୋଲି ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe