ପଞ୍ଚକରେ ଅବଢ଼ା ଦର ବେଲଗାମ: ୭୦ ହଜାର ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଛି ଅବଢ଼ା

ସିଂହାରି-ସୁଆର ମହାସୁଆର ସେବକ ବିବାଦ: ନଷ୍ଟ ହେଲା ୧୨ହଜାର ଲୋକଙ୍କ ମହାପ୍ରସାଦ

business.site

ପୁରୀ: କାର୍ତ୍ତିକ ଯେତେ ସରିସରି ଆସୁଛି, ଅବଢ଼ା ଦର ସେତେ ବଢ଼ି ଚାଲିଛି। ଆଜି ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ବିପୁଳ ସମାଗମ ହୋଇଥିବା ବେଳେ ଚଢ଼ା ଦରରେ ଅବଢ଼ା ବିକ୍ରି ହେଉଥିବା ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଅବଢ଼ା ବାହାରିବା ବେଳକୁ ପାଖାପାଖି ୪ଟା ବାଜି ସାରିଥିଲା। ତଥାପି ବହୁ ଭକ୍ତ ଅବଢ଼ା ସେବନ କରିବାକୁ ଅପେକ୍ଷା କରି ରହିଥିଲେ। ତେବେ ଅବଢ଼ା ଦରରେ ଆଜି ଲଗାମ ନଥିଲା। ଆନନ୍ଦ ବଜାର ମଧ୍ୟରେ କିଛି ସ୍ଥାନରେ ଭକ୍ତମାନଙ୍କୁ ମୁଣ୍ଡ ପିଛା ୧୦୦ ଟଙ୍କାରେ ଅବଢ଼ା ମିଳିଯାଉଥିଲେ ହେଁ ଆଉ କିଛି ସ୍ଥାନରେ ୨ଶହ ଟଙ୍କା ଦେଲେ ମଧ୍ୟ ପେଟ ପୂରୁନଥିବା ନେଇ ଭକ୍ତ ଅଭିଯୋଗ କରିଛନ୍ତି।

କାର୍ତ୍ତିକ ମାସ ଆରମ୍ଭରୁ ଅବଢ଼ାର ଚାହିଦା ବୃଦ୍ଧି ପାଇଛି। ପଞ୍ଚକରେ ଦୈନିକ ପ୍ରାୟ ୫୦ ହଜାର ଭକ୍ତଙ୍କ ସମେତ ଆଉ ୨୦ ହଜାର ଜଣଙ୍କ ପାଇଁ ବରାଦି ଅବଢ଼ା ପ୍ରସ୍ତୁତ କରାଯାଉଛି। ଦୈନିକ ପ୍ରାୟ ୭୦ ହଜାର ଭକ୍ତଙ୍କ ଉଦ୍ଦେଶ୍ୟରେ ଅବଢ଼ା ପ୍ରସ୍ତୁତି କରାଯାଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚାହିଦା ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ଚାହିଦା ଯେତେ ବଢ଼ୁଛି, ଦର ସେତେ ବେଲଗାମ ହେଉଛି। ଭକ୍ତଙ୍କ କହିବା କଥା ହେଲା, ଏଇ କିଛିଦିନ ପୂର୍ବରୁ ୩୫୦ ଟଙ୍କାରେ ଯେତିକି ଅବଢ଼ା କିଣିଥିଲେ ଆଜି ୪ଶହ ଟଙ୍କା ଦରରେ ବି ତା’ଠୁ କମ୍‌ ଅବଢ଼ା ମିଳିଥିଲା। ଆଉ ଜଣେ ଭକ୍ତଙ୍କ କହିବା ମୁତାବକ, ୩ଶହ ଟଙ୍କାରେ ଯେତିକି ଅବଢ଼ା, ଡାଲି, ବେସର, ଶାଗ ବିକ୍ରି ହେଉଛି ସେଥିରେ ଦୁଇଜଣ ଭକ୍ତଙ୍କ ପେଟ ପୂରିବ ନାହିଁ।

କାର୍ତ୍ତିକ ଆରମ୍ଭରୁ ଅବଢ଼ା ଦର ଅହେତୁକ ବୃଦ୍ଧି ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଇନାହିଁ। କାର୍ତ୍ତିକରେ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ୁଥିବା ବେଳେ ସେମାନଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଅବଢ଼ା ପାଇଥାଆନ୍ତି। ତେଣୁ ଅବଢ଼ାର ଚାହିଦା ବୃଦ୍ଧି ଯୋଗୁ ଦରରେ ନିୟନ୍ତ୍ରଣ ରହୁନାହିଁ। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଅବଢ଼ା ଦର ବଢ଼ିବା କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏବେ ବି ୧୦୦ ଟଙ୍କା ଦେଇ ଭକ୍ତମାନେ ଅବଢ଼ା ଖାଇ ଫେରୁଛନ୍ତି। ଯେଉଁ ଭକ୍ତମାନେ ଅବଢ଼ା, ଡାଲି, ବେସର ଛଡ଼ା ଅନ୍ୟ କିଛି ପ୍ରସାଦ ପାଇବାକୁ ଇଚ୍ଛା କରୁଛନ୍ତି ସେମାନଙ୍କୁ ଅଧିକ ଦର ପଡ଼ିବା ସ୍ବାଭାବିକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe