ଝାରସୁଗୁଡ଼ାରେ ମାର୍ଚ୍ଚ ୨୦୨୨ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହେବ, ପରିବର୍ତ୍ତିତ ସିଟି ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ଝାରସୁଗୁଡ଼ା ସହର ଜଳଯୋଗାଣ ଓ ସ୍ବେରେଜ ସିଷ୍ଟମ ନେଇ ଉଚ୍ଚସ୍ତରୀୟ ବୈଠକ 

ଝାରସୁଗୁଡ଼ାରେ ମାର୍ଚ୍ଚ ୨୦୨୨ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହେବ, ପରିବର୍ତ୍ତିତ ସିଟି ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଳଯୋଗାଣ ବ୍ୟବସ୍ଥା ସହିତ ନର୍ଦ୍ଦମା ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ଓ ସ୍ବେରେଜ ସିଷ୍ଟମ ପାଇଁ ଆଜି ଭୁବନେଶ୍ବର ଠାରେ ପଞ୍ଚାୟତିରାଜ, ପାନୀୟ ଜଳ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହରରେ ପାନୀୟ ଜଳ ଯୋଗାଣ ଓ ଡ୍ରେନେଜ ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବରେ କରିବା ସହିତ ସହରରେ ସ୍ବେରେଜ ଓ ସେପ୍ଟେଟଜ ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

publive-image

ଏଥିପାଇଁ ସହରରେ ଏକ ପରିବର୍ତ୍ତିତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା କରାଯାଇଥିଲା। ଝାରସୁଗୁଡ଼ା ସହରର ପରିବର୍ଦ୍ଧିତ ଜନସଂଖ୍ୟା ଓ ସହର ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ନୂଆଁ ମାଷ୍ଟର ପ୍ଲାନର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବ କରିଥିଲେ। ତେଣୁ ସିଟି ମାଷ୍ଟର ପ୍ଲାନରେ ପରିବର୍ତ୍ତନ ଅଣାଯିବ। ଡ୍ରେନେଜ ବ୍ୟବସ୍ଥା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ବର୍ଜ୍ୟ ଜଳକୁ ବିଷୋଧନ ପରେ ନିଷ୍କାସନ କରାଯିବାକୁ ବ୍ୟବସ୍ଥା କରାଯିବ।

ଝାରସୁଗୁଡ଼ା ସହରରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବରାଦ ହୋଇ ସାରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗର ସହର ପାଇଁ ମଧ୍ୟ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ବର୍ଦ୍ଧିତ ଶିଳ୍ପାଞ୍ଚଳ, ବିମାନ ବନ୍ଦର ଓ ସହରର ପରିବର୍ଦ୍ଧିତ ରୂପରେଖକୁ ଆଖି ଆଗରେ ରଖି ସହରକୁ ସରସ ସୁନ୍ଦର କରାଯିବା ପାଇଁ ଏହି ବୈଠକରେ ଆହୁରି ଆଲୋଚନା ହୋଇଥିଲା। ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଝାରସୁଗୁଡ଼ା ପୌରସଂସ୍ଥା ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀଙ୍କ ସମେତ ପାନୀୟ ଜଳଯୋଗାଣ ବିଭାଗ ମୁଖ୍ୟଯନ୍ତ୍ରୀ, ଡ୍ରେନେଜ ଓ ସ୍ବେରେଜ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe