Pandian couple is serving Naveen: Vikram Panda's explosive comment Photograph: (sambad.in)
ଭୁବନେଶ୍ବର: ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ସେବା ପାଣ୍ଡିଆନ ଦମ୍ପତି କରୁଛନ୍ତି। ମୋ ନେତାଙ୍କ ସେବା କରୁଥିବାରୁ ପାଣ୍ଡିଆନ ଦମ୍ପତିଙ୍କୁ ଧନ୍ୟବାଦ। ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ନବୀନ ବାବୁ ଓ ଦଳ ନିଷ୍ପତ୍ତି ନେବେ। ପାଣ୍ଡିଆନ ଦକ୍ଷ ନଥିଲେ ଗ୍ରହଣୀୟ ହୋଇ ନଥାନ୍ତେ ।
ପାଣ୍ଡିଆନ ଦମ୍ପତି ନିଜ ପୁଅ ଝିଅ ଭଳି ସେବା କରୁଛନ୍ତି । ନବୀନ ବାବୁ ତାଙ୍କ ଉପରେ ଭରସା କରୁଛନ୍ତି। ଏଥିରେ ଅସୁବିଧା କ’ଣ ଅଛି? ଦଳ ହାରିବା ପଛରେ ପାଣ୍ଡିଆନ ନାହାନ୍ତି। ପାଣ୍ଡିଆନଙ୍କୁ ନେଇ ଏଭଳି ଚର୍ଚ୍ଚା ହେବା ଅମୂଳକ। ଆମେ ଲୋକଙ୍କ ପାଖରେ ଗ୍ରହଣୀୟ ହେଲୁନୁ, ଏଥିରେ ପାଣ୍ଡିଆନଙ୍କ ଦୋଷ କ’ଣ ଅଛି?
ବରିଷ୍ଠ ନେତାଙ୍କ କ୍ଷୋଭ ପ୍ରସଙ୍ଗରେ ବିକ୍ରମ ବର୍ଷିଛନ୍ତି। କାହାର କ୍ଷୋଭକୁ ନେଇ ଦଳ ଚିନ୍ତିତ ହେବା କଥା ନୁହେଁ । କାହା ମନରେ କ’ଣ ଅଛି କହି ହେବନି । ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିକ୍ରମ କହିଛନ୍ତି, ଯାହା ରାଜ୍ୟ ପାଇଁ ଯାହା ଭଲ ହେବ ଦଳ ସେହି ନିଷ୍ପତ୍ତି ନେବ । ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦିଆ ଯିବ କି ନାହିଁ ତାହାର ନିଷ୍ପତ୍ତି ନବୀନ ବାବୁ ନେବେ ବୋଲି ସେ କହିଛନ୍ତି।
Bikram Kumar Panda | BJD | Naveen Pattnaik
Follow Us