Biju Janata Dal Odisha (BJD) | Political Party In Odisha
କେନ୍ଦ୍ରାପଡ଼ା/ମହାକାଳପଡ଼ା: ଫାଇଭ୍-ଟି ସଚିବ ଭି.କେ ପାଣ୍ତିଆନ୍ଙ୍କ ନାଁ କହି ଜଣେ ଅସହାୟ ବିଧବାଙ୍କୁ ଠକିବା କୋରାପୁଟ ଜିଲ୍ଲା ବିଜେଡି ଡିଜିଟାଲ୍ ମିଡିଆ ସେଲ୍ ସ˚ପାଦକ ସ˚ଗ୍ରାମ କେଶରୀ ବାରିକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ସ˚କ୍ରାନ୍ତରେ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଲଲାଟ ର˚ଜନ ସେଠୀ ସ˚ଗ୍ରାମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି। ଗୋଟିଏପଟେ ଅଭିଯୁକ୍ତ ସ˚ଗ୍ରାମଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଅନ୍ୟପଟେ ମାମଲା ରୁଜୁ କରି ଚୁପ୍ ବସିଥିବା ମହାକାଳପଡ଼ା ପୁଲିସ ବି ତନାଘନା ଆରମ୍ଭ କରିଛି। ଏହି କ୍ରମରେ ପୁଲିସ ଶନିବାର ପୂର୍ବାହ୍ନରେ ଅଭିଯୋଗକାରିଣୀଙ୍କୁ ଡକାଇ ଥାନାରେ ବୟାନ ରେକର୍ଡ କରିବା ସହିତ ଠକେଇ ବାବଦରେ ସବିଶେଷ ତଥ୍ୟ ହାସଲ କରିଛି। କିଭଳି ଆଉ କେଉଁ ପରିସ୍ଥିତିରେ ଅଭିଯୁକ୍ତ ତାଙ୍କଠୁ ଟଙ୍କା ଠକେଇ କରି ନେଲା ଏବ˚ ଏ ବାବଦରେ କ'ଣ ସବୁ ପ୍ରମାଣ ରହିଛି, ତାହା ମାଗିଥିଲା ପୁଲିସ। ଅଭିଯୋଗକାରିଣୀ ସମସ୍ତ ତଥ୍ୟ ପ୍ରମାଣ ଦେବା ସହିତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି।
ପେଟଛେଲା ପ˚ଚାୟତ କୋଚିଳା ଗ୍ରାମର ପୁଷ୍ପଲତା ସ୍ବାଇଁ ଗତ ୨୨ତାରିଖରେ ଏହି ଅଭିଯୋଗ ଆଣିଥିଲେ। ପାଣ୍ତିଆନଙ୍କ ଅଫିସ୍ରୁ କହୁଛନ୍ତି ବୋଲି କହି ଅଭିଯୁକ୍ତ ସ˚ଗ୍ରାମ ପୁଷ୍ପଲତାଙ୍କଠୁ ଜମି ବିବାଦ ସମାଧାନ କରିଦେବା କହି ବିଭିନ୍ନ ପର୍ଯ୍ୟାୟରେ ୨୯ହଜାର ୯୦୦ଟଙ୍କା ଠକି ନେଇଥିଲେ। ଏହାପରେ ଆଉ ଧରାଛୁଆଁ ଦେଇ ନଥିଲେ। ଅଭିଯୋଗକାରିଣୀ ଠକେଇର ଶିକାର ହେଇଥିବା ଜାଣିବା ପରେ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧୢ ହାତବାନ୍ଧି ବସିଥିଲା। ଅଭିଯୁକ୍ତ ବିଜେଡି ନେତା ହେଇଥିବା କାରଣରୁ ସୁରକ୍ଷା ଦିଆଯାଉଥିବା ନେଇ ଶନିବାର 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ମହାକାଳପଡ଼ା ପୁଲିସ ତତ୍ପରତା ଦେଖାଇଥିଲା। ଅଭିଯୋଗକାରିଣୀଙ୍କୁ ଥାନାକୁ ଡକାଇ ବୟାନ ରେକର୍ଡ କରିବା ସହିତ ଜମିବାଡ଼ି ଅଭିଯୋଗ ସ˚ପର୍କରେ ପଚାରି ବୁଝିଥିଲା। ଏହା ସହିତ ମାମଲାର ନକଲ କପି ପୁଷ୍ପଲତାଙ୍କୁ ଦେଇଥିଲେ। ଅନ୍ୟପଟେ ମିଛ କହି ତାଙ୍କୁ ଠକିଥିବା କାରଣରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ ସହିତ ପଡେ଼ାଶୀଙ୍କୁ ଡକାଇ ଜମିବାଡ଼ି ବିବାଦର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅଭିଯୋଗକାରିଣୀ ଶ୍ରୀମତୀ ସ୍ବାଇଁ ସୂଚନା ଦେଇଛନ୍ତି।
Follow Us