ନବୀନଙ୍କ କଥା ମୋବାଇଲରେ ଶୁଣାଇଲେ ପାଣ୍ଡିଆନ୍‌

Advertisment
ମ୍ୟାଜିକ୍‌ କରିବ ‘ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ’: ଗୋଟିଏ କାର୍ଡରେ ସବୁ ସୁବିଧା

ବରଗଡ଼ : ୫-ଟି ସଚିବଙ୍କ ଗସ୍ତକୁ ନେଇ ବିବାଦ ଜୋର ଧରିଛି। ତାଙ୍କ ଗସ୍ତ ପଛରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଅଛି ନା ନାହିଁ, ଏ ନେଇ ବିରୋଧୀ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଆଜି ଶ୍ରୀ ପାଣ୍ଡିଆନ୍ ଏମିତି ଦେଇଛନ୍ତି, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ପୁଣି ଚର୍ଚ୍ଚା ଜୋର ଧରିଛି। ତାଙ୍କ ଗସ୍ତ ପଛରେ ଯେ ମୁଖ୍ୟମନ୍ତ୍ରୀଙ୍କର ସମ୍ମତି ଅଛି, ଏକଥା ଭିନ୍ନ ଢଙ୍ଗରେ ଲୋକଙ୍କୁ ଜଣାଇଛନ୍ତି ନିଜେ ପାଣ୍ଡିଆନ୍।

ମୁଁ ପାଣ୍ଡିଆନ ବାବୁଙ୍କୁ ପଠାଇଛି: ନବୀନ
ସାମାଜିକ ଗଣମାଧ୍ୟମରେ ପୁଣି ଜୋର ଧରିଲା ଚର୍ଚ୍ଚା
ବରଗଡ଼ ଜିଲ୍ଲାର ସବୁ କଲେଜ ୫-ଟିରେ ସାମିଲ

ସୋମବାର ଦିନ ସ୍ଥାନୀୟ ନିଶାମଣି ପଡ଼ିଆଠାରେ ସୋମବାର ସଂଧ୍ୟାରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଏସ୍‌ଏଚ୍‌ଜି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସରକାରୀ ସହାୟତା ସଂପର୍କରେ ବିସ୍ତୃତ ବିବରଣୀ ରଖିଥିଲେ। ନିଜର ବକ୍ତବ୍ୟ ବେଳେ ୫-ଟି ସଚିବ ନିଜ ମୋବାଇଲ ବାହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ମାଇକ୍‌ ଜରିଆରେ ସମବେତ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ସମ୍ବଲପୁରୀ-କୋସଲୀ ଭାଷାରେ ରହିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ତାଙ୍କ ସଚିବଙ୍କୁ ଲୋକଙ୍କ ସୁଖଦୁଃଖର କଥା ବୁଝିବା ପାଇଁ ବରଗଡ଼ ପଠାଇଥିବା ଉଲ୍ଲେଖ ଥିଲା। ସବୁ ସମସ୍ୟା ଜାଣିବା ପରେ ଏହାର ସମାଧାନ ପାଇଁ ବିହିତ ପଦେକ୍ଷପ ନିଆଯିବ ‌ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳିଥିଲା।

ଅନ୍ୟପକ୍ଷରେ ବରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ବେଳେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବରଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ-୨ ଓ ଯୁକ୍ତ-୩ କଲେଜକୁ ୫-ଟିରେ ସାମିଲ କରାଯାଇଥିବା ଘୋଷଣା କରିଥିଲେ। ଏହି ଘୋଷଣା ପରେ କିଛି ଛାତ୍ରଛାତ୍ରୀଙ୍କ ମୋବାଇଲକୁ ତୁରନ୍ତ ଏହି ସଂପର୍କିତ ମେସେଜ୍‌ ବି ପହଞ୍ଚିଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ମହଲରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe