ମୌଳିକ ଅଧିକାରରୁ ବଞ୍ଚିତ: ଇଚ୍ଛାମୃତ୍ୟୁ ଆବେଦନ କଲେ ପଣ୍ଡିତ ବିଶ୍ବେଶ୍ବର

Advertisment
ମୌଳିକ ଅଧିକାରରୁ ବଞ୍ଚିତ: ଇଚ୍ଛାମୃତ୍ୟୁ ଆବେଦନ କଲେ ପଣ୍ଡିତ ବିଶ୍ବେଶ୍ବର

ସୋନପୁର: ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ସୁବର୍ଣ୍ଣପୁର ବାଗଦୁଲି ଗାଁର ପଣ୍ଡିତ ବିଶ୍ବେଶ୍ବର ପାଣିଗ୍ରାହୀ। ତାଙ୍କର ଇଚ୍ଛାମୃତ୍ୟୁ ଆବେଦନପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି।  ଆବେଦନପତ୍ରରେ ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ, ସେ ଗଣତନ୍ତ୍ର ରାଷ୍ଟ୍ରର ଜଣେ ସାଧାରଣ ନାଗରିକ ଭାବରେ ସମସ୍ତ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି।

ସେ ଏଥିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ,  ବର୍ତ୍ତମାନ ରାଜ୍ୟରେ ନିରପେକ୍ଷତା କ୍ଷୁଣ୍ଣ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ,  ମହିଳା ଅସୁରକ୍ଷିତ ରହିଛନ୍ତି।  ଆବେଦନ ପତ୍ରରେ ତାଙ୍କୁ ରାସନ କାର୍ଡ ନମିଳିବା, କାଳିଆ ଯୋଜନା ତାଲିକାରେ ଥାଇ ମଧ୍ୟ ତାଙ୍କ ନାଁ କାଟି ଦିଆଯିବା, ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ନାମ ନରହିବା, ବିଜୁ ସ୍ବାସ୍ଥ୍ୟକାର୍ଡ ନପାଇବା, କୃଷକ ଡାଟାବେସ୍‌ରେ ନାମ ନରହିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନମିଳିବା ପ୍ରଭୃତି ଏକାଧିକ ଆପତ୍ତି ଅଭିଯୋଗ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe