ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

Advertisment
ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ବାଣପୁର : ଓଡିଶାର ବରପୁତ୍ର ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ୧୩୩ତମ ଜୟନ୍ତୀ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମି ଓ ଶାଳିଆ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଶନିବାର ସନ୍ଧ୍ୟାରେ ଏକ ସାହିତ୍ୟ ସଭା ବାଣପୁର ନେହେରୁ ସେବା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶାଳିଆ ସାଂସ୍କୃତିକ ପରିଷଦର ସଭାପତି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏକାଡେମିର ପ୍ରତିନିଧି ସଞ୍ଜିବ କୁମାର ଛୁଆଳସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଡ. ରମେଶଚନ୍ଦ୍ର ମଲ୍ଳିକ ଅତିଥିଭାବେ ଯୋଗ ଦେଇ ପଣ୍ତିତ ଗୋଦାବରୀଶ ମିଶ୍ର ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ନିଃସ୍ବାର୍ଥପର ଜନସେବକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡିଆ ଭାଷା ସାହିତ୍ୟର ଏକନିଷ୍ଠ ପୂଜାରୀ ଭାବରେ ଏକ ଉତ୍ତୁଙ୍ଗ ଆସନର ଅଧିକାରୀ ବୋଲି ପ୍ରକାଶ କରିଥିଲେ। ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ପୂର୍ବତନ ମନ୍ତ୍ରୀ ଡ଼. ଦେବେନ୍ଦ୍ରନାଥ ମାନସିଂହ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ପ‌ଞ୍ଚ ସଖା ଯୁଗର ଅନ୍ୟତମ ସାଧକ ଏ ଜାତିର ଗର୍ବ ଓ ଗୌରବ ପଣ୍ତିତ ଗୋଦାବରୀଶ ମିଶ୍ର ପ୍ରଚଣ୍ତ ସ୍ବଜାତି ପ୍ରେମୀ, ସ୍ବାଭିମାନୀ ଓ ଅନନ୍ୟ ସାରସ୍ବତ ପ୍ରତିଭାଧର ବୋଲି ପ୍ରକାଶ କରିଥିଲେ। ସାହିତ୍ୟ ଏକାଡେମିର ସଦସ୍ୟ ସୁଶାନ୍ତ ଦାଶ, ଗାଳ୍ପିକ ଶିବ ମିଶ୍ର, ନେହେରୁ ସେବା ସଂଘର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲା, ନୃସିଂହ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ପଣ୍ତିତ ଗୋଦାବରୀଶ ମିଶ୍ରଙ୍କ ଲେଖନୀରେ ତାଙ୍କର ଭାଷା ଓ ଜାତିପ୍ରୀତି ମୂର୍ତ୍ତିମନ୍ତ ହୋଇଥିଲା ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ପରିଷଦର ସଂପାଦକ ସ୍ବାଧୀନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe