ଭଦ୍ରକ କାଡ଼ା ଡିଭିଜନ୍‌ରେ ଲୁଟ୍ : ୪୪ କୋଟି ଟଙ୍କା ବରବାଦ

Advertisment

ପାଣି ପଞ୍ଚାୟତ କେଳେଙ୍କାରୀ

ପାଣି ପଞ୍ଚାୟତ କେଳେଙ୍କାରୀ

ଭଦ୍ରକ କାଡ଼ା ଡିଭିଜନ୍‌ରେ ଲୁଟ୍ : ୪୪ କୋଟି ଟଙ୍କା ବରବାଦ

ଯାଜପୁରରୋଡ/ଭୁବନେଶ୍ବର : ଭଦ୍ରକ କାଡ଼ା ଡିଭିଜନରେ ବ୍ୟାପକ କେଳେଙ୍କାରୀ େହାଇଛି। କେବଳ ଦୁଇଟି ଆର୍ଥିକ ବର୍ଷର ହିସାବ େଖାଳତାଡ କରିବାରେ ପ୍ରାୟ ୪୪ କୋଟିରୁ ଊର୍ଧ୍ବ ଟଙ୍କା ହରିଲୁଟ୍ େହାଇଥିବା େନଇ ‘ସମ୍ବାଦ’ ଅନୁସନ୍ଧାନ ଟିମକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଲାଣି।

ପାଣି ପଞ୍ଚାୟତ ଜରିଆରେ ଚାଷୀ ଓ ଚାଷର ବିକାଶ ପାଇଁ ସରକାରଙ୍କ ଜଳ ସଂପଦ ବିଭାଗ ଅଧୀନରେ କାମ କରୁଥିବା କାଡ଼ା ଡିଭିଜନ୍ ଗୁଡ଼ିକ ଜରିଆରେ ଏଆଇବିପି ଅନୁଦାନ ଜରିଆରେ ଗତ ୨ବର୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ପାଣି ପଞ୍ଚାୟତ ଜରିଆରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସୁଫଳ ମିଳିବା ଦୂରେ ଥାଉ ଚାଷୀମାନେ ଯୋଜନା ସଂପର୍କରେ ସୂଚନା ମଧ୍ୟ ପାଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ବ୍ୟୟ ହେଉଥିବା ଅର୍ଥ ଅସାଧୁ ମେଣ୍ଟ ହରିଲୁଟ େହଉଥିବା ସୂଚନା ମିଳିଛି।

ଯେଉଁ ନିମ୍ନମାନର ନାଳୀ ନିର୍ମାଣ କାମ କିଛି ଦିନ ପୂର୍ବରୁ କରାଯାଇଥିଲା, ତାହା ଭାଙ୍ଗିବାକୁ ବସିଲାଣି। ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ମୋଟ ୧୨ଟି ବ୍ଲକ୍ ରେ କୃଷି କ୍ଷେତ୍ରର ବିକାଶ ପାଇଁ ସରକାର ଗଠନ କରିଥିବା ଭଦ୍ରକ ସେଚାଞ୍ଚଳ ଉନ୍ନୟନ ଖଣ୍ଡ (କାଡ଼ା ନଂ-୩)‌ରେ ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୪୪ କୋଟି ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇଛି। ଯାହାର ସିଂହ ଭାଗ କାମ କରୁଥିବା ଠିକାଦାର, ପାଣି ପଞ୍ଚାୟତ ସଭାପତି, ସଂପାଦକ ଓ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ପକେଟକୁ ଯାଇଛି।

ହସ୍ତଗତ ହୋଇଥିବା ସରକାରୀ ଦସ୍ତାବିଜ୍ ମୁତାବକ, ଭଦ୍ରକ ସେଚାଞ୍ଚଳ ଉନ୍ନୟନ ଖଣ୍ଡ (କାଡ଼ା ନଂ-୩)‌ ଅଧୀନସ୍ଥ ଯାଜପୁର, ଭଦ୍ରକ,ବାଲେଶ୍ବର ଓ କେନ୍ଦୁଝର ୪ଟି ଜିଲ୍ଲାର ୧୨ ବ୍ଲକରେ ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ଯଥାକ୍ରମେ ୨୦କୋଟି ୬୭ଲକ୍ଷ ଓ ୨୩କୋଟି ୮୨ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା କାଡ଼ା କେନାଲରେ ଖର୍ଚ୍ଚ ହୋଇଛି। ଏସବୁ କେ-୨ ଜରିଆରେ ମୁଷ୍ଟିମେୟ ପାଣି ପଞ୍ଚାୟତ ସଭାପତି ଓ ସଂପାଦକଙ୍କ ଜରିଆରେ ଖର୍ଚ୍ଚ କରାଯାଇଛି। ଯାଜପୁର ଜିଲ୍ଲାର ମାତ୍ର ୩ଟି ବ୍ଲକ୍ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ମୋଟ ୨୭ଟି ମଧ୍ୟରୁ ୧୭ଟି ପାଣି ପଞ୍ଚାୟତରେ ଏହି ଦୁଇ ଆର୍ଥିକ ବର୍ଷରେ ଯଥାକ୍ରମେ ୮୧ଲକ୍ଷ ୯୫ହଜାର ଓ ୨୪ଲକ୍ଷ୧୫ ହଜାର ଟଙ୍କା ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି। ଚାଷୀଙ୍କ କ୍ଷେତକୁ ପାଣି ଯୋଗାଣ ପାଇଁ ଜଳ ସମ୍ପଦ ବିଭାଗର କାଡ଼ା କେନାଲ ଜରିଆରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି। ନିମ୍ନମାନର କାମ ଯୋଗୁ ନିର୍ମାଣ ହୋଉଥିବା କାଡ଼ା ନାଳୀଗୁଡ଼ିକ ଭାଙ୍ଗି ରୁଜି ଯାଇଥିବା ବେଳେ ଅନ୍ୟ କେତେକ ଚାଷ କ୍ଷେତ୍ରରେ ବ୍ୟବହାରରେ ଲାଗୁ ନାହିଁ। ଫଳରେ ସରକାରଙ୍କ କୋଟି କୋଟି ଅନୁଦାନ କେବଳ ହରିଲୁଟ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକ‌ ଲୋଚନକୁ ଆସିବ ବୋଲି ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe