ପାଣିକୋଇଲି ଥାନା ଅନ୍ଧାର

ବିବାହକୁ ନା କଲେ ନାବାଳିକା, ହାତଗଣ୍ଠି ପଡ଼ିବା ପୂର୍ବରୁ ସିଧା ଥାନାରେ ପହଞ୍ଚିଲେ

ପାଣିକୋଇଲି : ପାଣିକୋଇଲି ଓ କୋରେଇ ଅଞ୍ଚଳରେ ରବିବାର ଅପରାହ୍‌ଣରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପବନ ଯୋଗୁଁ କୋରେଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍‌ ତାର ଛିଡ଼ିଛି। ପ୍ରବଳ ବର୍ଷାପବନ ହେତୁ ୧୬ ନମ୍ବର ଜାତୀୟ ରାଜପଥରେ କିଛି ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ପାଣିକୋଇଲି ଥାନା ପରିସରରେ ବଡ଼ବଡ଼ ଗଛ ଭାଙ୍ଗି ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଥାନା ମଧ୍ୟରେ ଥିବା ସିସିଟିଭି ତାର ମଧ୍ୟ ଛିଡ଼ିଯାଇଛି।

ଇନ଼ଭର୍ଟର ଚାର୍ଜ ସରିଯିବାରୁ ପାଣିକୋଇଲି ଥାନା ଅନ୍ଧାରରେ ରହିଛି। କୁଆଖିଆ ପର୍ଯ୍ୟନ୍ତ ଅନେକ ଗଛ ଭାଙ୍ଗି ରାଜପଥରେ ପଡ଼ିବାରୁ କିଛି ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଷଠିପୁର-ବରୁଣ୍ଡେଇ ରାସ୍ତାରେ ଗଛ ଭାଙ୍ଗି ପଡ଼ିବାରୁ କିଛି ରାସ୍ତା ଅବରୋଧ ହୋଇଥିଲା। ଗଛ ହଟାଯିବା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe