Sambad
ଜୟପୁର: ଜୟପୁର ସେବା କାଗଜକଳର କାଗଜର ବଜାରରେ ଚାହିଦା ଅଧିକା। ରାଜ୍ୟ ଓ ଦେଶର କୋଣ ଅନୁକୋଣରେ ଏହି କାଗଜର ଚାହିଦା ରହିଛି। ଗତ କିଛି ଦିନ ହେବ ୧ନଂ ମେସିନ୍ ଟି ଖରାଫ ହୋଇ ପଡ଼ିଛି। ଏହାକୁ ମରାମତି କରିବା ପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି। ଏହାକୁ ମରାମତି କରିବା ବଦଳରେ କାଗଜକଳରେ ଥିବା ୨ନଂ ମେସିନରେ ଏବେ କାଗଜ ବାହାର କରାଯାଉଛି।
ତେବେ ୧ନଂ ମେସିନରେ ବାହାରୁଥିବା କାଗଜ ଯେଭଳି ସଫା ଓଗୁଣାତ୍ମକତା ରହିଥିଲା ସେଭଳି ୨ନଂ ମେସିନର କାଗଜରେ ନାହିଁ ବୋଲି କହିଛନ୍ତି କାଗଜକଳର କର୍ମଚାରୀ ଓ ଶ୍ରମିକ। ଏଭଳିକି ୨ନଂ ମେସିନରୁ ବାହାରୁଥିବା କାଗଜର ବଜାର ଚାହିଦା ବି ଅଧିକା ନାହିଁ। ଏହି ସ୍ଥିତିରେ କାଗଜକଳ ଚାଳିଲେ ଆଗାମୀ ଦିନରେ ମିଲର ଅବସ୍ଥା କେଉଁ ସ୍ଥାନକୁ ଯିବ ବୋଲି ୨ଟି ସଂଘର କର୍ମକର୍ତ୍ତା ମାନେ କହିଛନ୍ତି। ପରିଚାଳନା କର୍ତ୍ତୃପକ୍ଷ ଏବେ ଅଗ୍ରୀମ ଦରମା ଠିକରେ ଦେଉ ନଥିବା ବେଳେ ବଜାରରେ କାଗଜବିକ୍ରୀ ନ ହେଲେ ଦରମା ଠିକରେ ଦେବ କି ବୋଲି ପ୍ରଶ୍ନ କରି ସନ୍ଦିହାନରେ ପଢ଼ିଛନ୍ତି। କାହିଁକି ପରିଚାଳନା କର୍ତ୍ତୃପକ୍ଷ ଭଲ ମେସିନରେ ଭଲ କାଗଜ ଉତ୍ପାଦନ କରିବା ବଦଳରେ ୨ନଂ ମେସିନରୁ ଉତ୍ପାଦିତ କରୁଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ୧ନଂ ମେସିନ୍ ସଜାଡିବା ପାଇଁ ଯନ୍ତ୍ରାଂଶ ଅର୍ଡର କରାଯାଇଥିବା କହିଛନ୍ତି ପରିଚାଳନା କର୍ତ୍ତୃପକ୍ଷ। ତେବେ ଆଗାମୀ ଦିନରେ କେବେ ଏହି ସମସ୍ୟାର ସୁଧାର ହୋଇ ପାରିବ ତାହା ସମୟ ହିଁ କହିବ।
Follow Us