ପ୍ରେମ ସମ୍ପର୍କକୁ ନେଇ ଶାଳୀର ‌ପ୍ରେମିକକୁ ହତ୍ୟା

ବେଙ୍ଗାଲୁରୁରେ ଡ୍ରମ୍‌ରୁ ତିନି ମହିଳାଙ୍କ ଶବ ମିଳିବା ପରେ ସିରିୟଲ୍‌ କିଲିଂ ଅଭିଯୋଗ ଆଣିଲା କଂଗ୍ରେସ

ଜଗତସିଂହପୁର : ପ୍ରେମ ସମ୍ପର୍କକୁ ନେଇ ପାରାଦୀପ ଆଦର୍ଶ ଥାନା ଅଧୀନ ବଡ଼ପଡ଼ିଆ ବଜାର ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହୋଟେଲ ରେବିକାର କର୍ମଚାରୀ ଟୁବୁଲି ଜେନାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇଥିବା ରମେଶ ଜେନାକୁ ପୁଲିସ ଗିରଫ କରିଛି। ଉଭୟ ଗୋଟିଏ ହୋଟେଲରେ କାମ କରୁଥିବା ବେଳେ ‌ଦୁଇ ଜଣ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଲୋକନାଥପୁର ଗାଁର ବୋଲି ଜଣାପଡ଼ିଛି।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀଙ୍କ ସୂଚନା ମୁତାବକ, ହତ୍ୟାକାରୀ ରମେଶ ରେବିକା ହୋଟେଲର ଜୁସ୍ ସେଣ୍ଟର୍‌ରେ କାମ କ‌ରୁଥିବା ବେଳେ ମୃତ ଟୁବୁଲି ‌ହୋଟେଲରେ ୱେଟର୍‌ ଥିଲେ। ଉଭୟ ‌ଗୋଟିଏ ଗାଁର ହୋଇଥିବା ବେଳେ ରମେଶଙ୍କ ଶାଳୀ ସହ ଟୁବୁଲିର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତିନି ବର୍ଷ ଧରି ଏହି ସମ୍ପର୍କ ଚାଲିଥିବା ବେଳେ ଏହାକୁ ରମେଶ ସହଜରେ ଗ୍ରହଣ କରିପାରୁ ନଥିଲା। ଏହାକୁ ନେଇ ଟୁବୁଲି ଓ ରମେଶଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଗୁରୁବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟୁବୁଲି ଶୋଇଯିବା ପରେ ରମେଶ ତାକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଟୁବୁଲିଙ୍କର ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ସକାଳେ ହତ୍ୟାକାଣ୍ଡ ସଂପର୍କରେ ପ୍ରଚାର ହେବା ପରେ ସମସ୍ତେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ରମେଶ ବି ସେଠାରେ ପହଞ୍ଚି କିଛି ନଜାଣିବା ଭଳି ଅଭିନୟ କରିଥିଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସେ ଟୁବୁଲିଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇବା ସହ ବିଭିନ୍ନ ଲୋକଙ୍କ ସହ ତାଙ୍କର ଝଗଡ଼ା ହୁଏ ବୋଲି କହିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଥାନା ଇନ୍‌ସପେକ୍ଟରଙ୍କ ସହ ମଧ୍ୟ ସେ ସ୍ବାଭାବିକ ଭାବେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ପୁଲିସ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ପରେ ଟୁବୁଲି ଓ ରମେଶଙ୍କ ମଧ୍ୟରେ ବିବାଦ ସାମନାକୁ ଆସଥିଲା। ଟୁବୁଲିଙ୍କ ଭାଇ ବି ସେମାନଙ୍କ ଝଗଡା ସଂପର୍କରେ ପୁଲିସକୁ କହିଥିଲେ। ଫଳରେ ପୁଲିସ ରମେଶକୁ ଥାନାକୁ ନେଇ ଜେରା କରିବାରୁ ସେ ସବୁ ସତ ମାନି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe