ପଣ୍ୟ କାରବାରରେ ପ୍ରଥମ ସ୍ଥାନକୁ ଆସିଲା ପାରାଦୀପ

Advertisment

ଦୀନଦୟାଲ ବନ୍ଦରକୁ ପଛରେ ପକାଇଲା

ଦୀନଦୟାଲ ବନ୍ଦରକୁ ପଛରେ ପକାଇଲା

ସତର୍କ କରାଇଲା ନାସା: ସମୁଦ୍ରରେ ବୁଡ଼ିଯିବ ପାରାଦୀପ!

SteelGuru

ଜଗତସିଂହପୁର : ପଣ୍ୟ କାରବାରରେ ଇତିହାସ ରଚିଛି ପାରାଦୀପ ବନ୍ଦର। ଦୀର୍ଘଦିନ ଧରି ପଣ୍ୟ କାରବାରରେ ପ୍ରଥମ ସ୍ଥାନରେ ରହୁଥିବା ଗୁଜୁରାଟର ଦୀନଦୟାଲ ବନ୍ଦରକୁ ପଛରେ ପକାଇ ଦେଇଛି ।

ଚଳିତ ଆର୍ଥିକବର୍ଷର ପ୍ରଥମ ତିନିମାସରେ ପାରାଦୀପ ବନ୍ଦର ୨୫.୭୩ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି। ଅନ୍ୟପଟେ ଏହି ସମୟରେ ଦୀନଦୟାଲ ବନ୍ଦର ୨୫.୦୫ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି। ଫଳରେ ଦୀର୍ଘଦିନର ପ୍ରୟାସ ପରେ ପାରାଦୀପ ବନ୍ଦର ଏହି ମାଇଲ ଖୁଣ୍ଟ ଅତିକ୍ରମ କରିବାକୁ ସକ୍ଷମ ହୋଇଛି। କେବଳ ସେତିକି ନୁହେଁ, ଦେଶର ୧୨ଟି ବୃହତ୍ତ ବନ୍ଦରରେ ହୋଇଥିବା ପଣ୍ୟ କାରବାରରେ ପାରାଦୀପ ବନ୍ଦରର ଅଂଶ ଶତକଡ଼ା ୧୮.୧୩ ଭାଗ ରହିଛି। ଏ ନେଇ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଓ ଉପାଧ୍ୟକ୍ଷ ଏ.କେ ବୋଷ ବନ୍ଦରର ସମସ୍ତ କର୍ମଚାରୀ, ଶ୍ରମିକ ସଂଘ, ରାଜ୍ୟ ସରକାର, ଜିଲ୍ଳା ପ୍ରଶାସନ, ଷ୍ଟିଭେଡିୟର୍ସ ସହ ବନ୍ଦରରେ ହେଉଥିବା କାରବାର ସହ ଜଡ଼ିତ ସମସ୍ତ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତଙ୍କ ପ୍ରୟାସ ଯୋଗୁଁ ଆଜି ବନ୍ଦର ଇତିହାସରେ ଏକ ନୂଆ ଫର୍ଦ୍ଦ ଲେଖା ହୋଇପାରିଲା ବୋଲି ଅଧ୍ୟକ୍ଷ ଶ୍ରୀ ରୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe