ପାରାଦୀପ ବନ୍ଦର ଜମି ବିବାଦରେ ନୂଆମୋଡ଼: ୩୦ବର୍ଷ ପାଇଁ ଲିଜ୍‌ ‌ଦିଆଯାଇଛି

Advertisment
ଖଣି ସହ ପାରାଦୀପ ବନ୍ଦରର ସଂଯୋଗ ଉପରେ ଗୁରୁତ୍ବ

The Economic Times

ଯାଜପୁର : ପାରାଦୀପ ବନ୍ଦର ଜମିକୁ ନେଇ ଦେଖା ଦେଇଥିବା ବିବାଦ ନୂଆମୋଡ଼ ନେଇଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୩୦ବର୍ଷ ପାଇଁ ଦୀର୍ଘ ମିଆଦି ସୂତ୍ରରେ ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ମୌଜାର ୨୦.୦୪ଏକର ଜମିକୁ ଶ୍ରୀବାସ ଜେନାଙ୍କୁ ଲିଜ୍ ଦେଇଛନ୍ତି। ଅଥଚ ଜମି ଜବରଦଖଲ ହୋଇଥିବାର ଅଭିଯୋଗ ହେବାପରେ କାଗଜପତ୍ର ତନଖି ନକରି ବନ୍ଦର ଭିଜିଲାନ୍ସ ବିଭାଗ ଦ୍ବ‌‌ାରା ତଦନ୍ତ ପାଇଁ ଚିଠି କରିଛନ୍ତି। ବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ସମାଲୋଚନାର ଖୋରାକ ଯୋଗାଇଛି। ଲିଜଧାରୀ ଶ୍ରୀବାସ ଜେନା ଦାବି କରିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବନ୍ଦର କର୍ତ୍ତୃପକ୍ଷ ୨୦୧୬ ମସିହାରୁ ୩୦ ବର୍ଷ ପାଇଁ ଲିଜ୍ ଦେଇଛନ୍ତି। ସେଥିପାଇଁ ସେ ପ୍ରତିବର୍ଷ ଜମିର ଖଜଣା ଦେଉଛନ୍ତି। ତାଙ୍କ ନାମରେ ସିବିଆଇରେ ଅଭିଯୋଗ ଓ ପରେ ‌ବନ୍ଦର ଭିଜିଲାନ୍ସ କର୍ତ୍ତୃପକ୍ଷ ତଦନ୍ତ କରିବାକୁ ଚିଠି ଲେଖିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ଜେନା ‘ସମ୍ବାଦ’କୁ କହିଛନ୍ତି।

ବ୍ରହ୍ମପୁରଶାସନ ମୌଜାର ମୋଟ ୨୦.୦୪ଏକର ଜମି ୮୭ଲକ୍ଷ ୨୫ହଜାର ଟଙ୍କାରେ ୨୦୧୬ ରୁ ୨୦୪୬ ପର୍ଯ୍ୟନ୍ତ ଲିଜ ନେଇଥିବାର ଶ୍ରୀ ଜେନା ଦାବି କରିଛନ୍ତି। ୨୦୧୫ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ସପକ୍ଷରେ ରାୟ ଦେବା ପରେ ୨୦୧୬ ମସିହାରେ ପାରାଦୀପ ‌ବନ୍ଦର ତାଙ୍କୁ ଲିଜ୍ ଦେଇଛନ୍ତି। ଏହି ବାବଦରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe