ଡିସେମ୍ବରରେ ପାରାଦୀପ ବନ୍ଦରର ରେକର୍ଡ ମାଲ୍ ପରିବହନ

Advertisment
ଡିସେମ୍ବରରେ ପାରାଦୀପ ବନ୍ଦରର ରେକର୍ଡ ମାଲ୍ ପରିବହନ

ପାରାଦୀପ : ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ୍ ଉତ୍ସାହର ସହ ହୋଇଛି। ଟିମ୍ ପିପିଏ ମାଲ୍ ପରିବହନ କ୍ଷେତ୍ରରେ ଦେଶର ସମସ୍ତ ପ୍ରମୁଖ ବନ୍ଦରର କାର୍ଗୋ ପରିବହନ ଇତିହାସ ତୁଳନାରେ ଡିସେମ୍ବର ମାସରେ ସବୁଠାରୁ ଅଧିକ ପରିବହନ କରି ୨୦୨୨କୁ ବିଦାୟ ଦେଇଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମ୍‌ଏମ୍‌ଟି କାର୍ଗୋ ପରିବହନ ହୋଇଛି। ପିପିଏ ଅଧ୍ୟକ୍ଷ ପିଏଲ ହରନାଥ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମ୍ ପିପିଏକୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ନୂଆବର୍ଷ ୨୦୨୩ରେ ବନ୍ଦର ୧୦୦ ଏମ୍‌ଏମ୍‌ଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବନ୍ଦର ୧୨୫ ଏମ୍‌ଏମ୍‌ଟିରୁ ଅଧିକ କାର୍ଗୋ ପରିବହନ ରେକର୍ଡ ହାସଲ ପାଇଁ ଲକ୍ଷ୍ୟ ରଖିଛି। ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିପିଏ ୯୬.୮୧ ଏମ୍‌ଏମ୍‌ଟି କାର୍ଗୋ ପରିବହନ କରିଥିଲା।

ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୮୩.୬ ଏମ୍‌ଏମ୍‌ଟି ମାଲ୍ ପରିବହନ ହୋଇଥିଲା। ଚଳିତ ବର୍ଷ ବନ୍ଦରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଗତବର୍ଷ ତୁଳନାରେ ୧୫.୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ଉପକୂଳ ତାପଜ କୋଇଲା ପରିବହନ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୬୮.୧୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା ବନ୍ଦରରୁ ପରିବହନ ହୋଇଥିବା ସମୁଦାୟ ମାଲ୍‌ର ପ୍ରାୟ ୩୧.୫୬ ପ୍ରତିଶତ ଥିଲା। ପାରାଦୀପ ବନ୍ଦର ଦେଶର ଉପକୂଳ ନୌପରିବହନ କେନ୍ଦ୍ର ଭାବେ ଉପସ୍ଥିତି ଜାହିର କରିବାରେ ଲାଗିଛି ଏବଂ ଏଥିରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣା ସ୍ଥିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକରେ ସାମୁଦ୍ରିକ ପଥରେ କୋଇଲା ପହଞ୍ଚାଇବା ଯୋଜନା ମଧ୍ୟ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe