ପାରଳା ରାଜଉଆସ ଚଳଚଞ୍ଚଳ

Advertisment

ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ଗୃହ ପ୍ରବେଶ, ରାଜନୀତିରେ ପାଦ ଥାପିବା ଚର୍ଚ୍ଚା ଜୋର୍

ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ଗୃହ ପ୍ରବେଶ, ରାଜନୀତିରେ ପାଦ ଥାପିବା ଚର୍ଚ୍ଚା ଜୋର୍

ପାରଳା ରାଜଉଆସ ଚଳଚଞ୍ଚଳ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ରାଜଉଆସ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ରାଜକୁମାରୀ କଲ୍ୟାଣୀ ଦେବୀ ଆଜି ରାଜମହଲରେ ପ୍ରବେଶ କରିଛନ୍ତି। ରାଜକୁମାରୀଙ୍କ ଗୃହପ୍ରବେଶରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହେବ ବୋଲି ବିଭିନ୍ନ ମହଲ‌େର ଚର୍ଚ୍ଚା ଜୋର୍ ଧରିଛି। ଖୁବ୍‌ଶୀଘ୍ର କୌଣସି ରାଜନୈତିକ ଦଳରେ ତାଙ୍କର ଯୋଗଦାନ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ରାଜକୁମାରୀ କଲ୍ୟାଣୀ ଦେବୀଙ୍କୁ ତାଙ୍କ ସମର୍ଥକ ଓ ରାଜଭକ୍ତମାନେ ଏକ ପଟୁଆରରେ ସ˚କୀର୍ତ୍ତନ ଓ ବାଜାବାଜଣା ମଧୢରେ ନଗର ପରିକ୍ରମା କରାଇଥିଲେ। ରାଜନଅରରେ ପ୍ରବେଶ କରିବା ପରେ ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ନିକଟରେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରିଥିଲେ।

ତେବେ, ରାଜକୁମାରୀଙ୍କ ପୁରୁଣା ରାଜ ନଅରରେ ଗୃହ ପ୍ରବେଶ କ’ଣ ପାଇଁ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ଗତ ଦୁଇ ବର୍ଷ ହେଲା ମହାରାଜା ଶ୍ରୀ ଗୋପୀନାଥ ଗଜପତି ଭୀଷଣ ଭାବେ ଅସୁସ୍ଥ ହୋଇ ଭୁବନେଶ୍ବର ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ରହିବା ପରଠାରୁ ରାଜକୁମାରୀ କଲ୍ୟାଣୀ ଦେବୀ ଉଆସ ଭିତରକୁ ଯାଇନାହାନ୍ତି। କାରବାର ବୁଝିବା ପାଇଁ ବେଳେ ବେଳେ ପାରଳାଖେମୁଣ୍ଡି ଆସୁଥିଲେ ମଧୢ ହୋଟେଲରେ ରହି ଚାଲିଯାଆନ୍ତି। ସେହି କାରଣରୁ ଆଜି ପୁଣିଥରେ ପାରମ୍ପରିକ ରୀତିନୀତିରେ ପୂଜା ଅର୍ଚ୍ଚନା କରି ଗୃହ ପ୍ରବେଶ କରାଯାଇଛି ବୋଲି ତାଙ୍କ ନିକଟତମ ସୁତ୍ରରୁ ସ୍ପଷ୍ଟ କରାଯାଇଛି।

ଅପରପକ୍ଷରେ ଏହିଭଳି କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷକ ମହଲ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି। ଗତ କିଛି ଦିନ ମଧୢରେ ରାଜକୁମାରୀ କଲ୍ୟାଣୀ ଦେବୀ ପ୍ରଥମେ ବନ୍ଧୁ ମିଳନର ଆୟୋଜନ କରିବା, ଆଜି ଗୃହ ପ୍ରବେଶ ନାମରେ ସର୍ବ ସାଧାରଣ ଲୋକଙ୍କ ପାଇଁ ରାଜ ଉଆସ ଖୋଲା ରଖି ଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରି ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରିବା ଆଦି ଘଟଣାକୁ ଗୁରୁତ୍ବର ସହ ନିଆଯାଉଛି। ଆଗାମୀ ଦିନରେ ସେ ରାଜନୀତିରେ ଯୋଗ ଦେବା ନିମନ୍ତେ ଏହା ପୂର୍ବ ପ୍ରସ୍ତୁତି କି ବୋଲି ମଧ୍ୟ ଆଲୋଚନା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe