ପାରଳା ଗଣମୃତ୍ୟୁ ଘଟଣାକୁ ୩ ବର୍ଷ : ଉନ୍ମୋଚିତ ହେଲାନି ରହସ୍ୟ, ୪୦ ଜଣଙ୍କୁ ଜେରା, ତଦନ୍ତ ଦିଗହରା

Advertisment
ପାରଳା ଗଣମୃତ୍ୟୁ ଘଟଣାକୁ ୩ ବର୍ଷ : ଉନ୍ମୋଚିତ ହେଲାନି ରହସ୍ୟ, ୪୦ ଜଣଙ୍କୁ ଜେରା, ତଦନ୍ତ ଦିଗହରା

ପାରଳାଖେମୁଣ୍ଡି : ପାରଳା ରାଜପ୍ରାସାଦର ମ୍ୟାନେଜର ଅନଙ୍ଗମଞ୍ଜରୀ ଦେବୀ ଓ ତାଙ୍କ ଭାଇଙ୍କ ମୃତ୍ୟୁ ଘଟଣାକୁ ଆଜି ତିନି ବର୍ଷ ପୂରଣ ହୋଇଯାଇଛି। ହେଲେ, ଏହି ଘଟଣାରେ ୪୦ ଜଣଙ୍କୁ ଜେରା କରାଯାଇଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। କେଉଁ କାରଣରୁ ସେମାନେ ଆତ୍ମହତ୍ୟା କଲେ, ତାହା ସ୍ପଷ୍ଟ ହୋଇନାହିଁ।

୨୦୧୬ ମସିହା ଆଜିର ଦିନରେ ପାରଳାଖେମୁଣ୍ଡି ରାଜପ୍ରାସାଦରେ କାର୍ଯ୍ୟରତ ପରିଚାଳକ ଅନଙ୍ଗମଞ୍ଜରୀ ପାତ୍ର ଏବଂ ତାଙ୍କ ପରିବାରର ୨ ଭାଇ ଓ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ଓ ଆତ୍ମହତ୍ୟା- ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଥିଲା। ଏହାପରେ ରାଜ୍ୟ ସରକାର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ ହାତକୁ ହସ୍ତାନ୍ତର କରିଥିଲେ।

କ୍ରାଇମବ୍ରାଞ୍ଚ ପ୍ରାୟ ୧ ବର୍ଷ ଧରି ତଦନ୍ତ କରିଥିଲା। କିନ୍ତୁ ସତ୍ୟତା ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇପାରିଲା ନାହିଁ। ଆତ୍ମହତ୍ୟା ପରେ ଏକ ସୁଇସାଇଡ ନୋଟ ପୁଲିସ ଉଦ୍ଧାର କରିଥିଲା। କିନ୍ତୁ ଘଟଣା ସହ ନୋଟଟି ତାଳମେଳ ଖାଉ ନଥିବା ଯୋଗୁଁ ତଦନ୍ତକାରୀ ଅଧିକାରୀମାନଙ୍କ ପାଇଁ ଅଧିକ ମୁଣ୍ଡବ୍ୟଥା ସୃଷ୍ଟି କରିଥିଲା। ସେତେବେଳେ ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ଏବେ ବି ରହସ୍ୟ ଘେରରେ ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe