ଘରେ ନିଆଁ ଲାଗି ପକ୍ଷାଘାତ ରୋଗୀ ଜୀବନ୍ତ ଦଗ୍ଧ

Advertisment
ଘରେ ନିଆଁ ଲାଗି ପକ୍ଷାଘାତ ରୋଗୀ ଜୀବନ୍ତ ଦଗ୍ଧ

ଖୁଣ୍ଟା/କୁଆମରା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତଥା ଜିବିନଗର ବ୍ଲକ୍‌ ଅଧୀନ ଶିଳଘାଟି ପଞ୍ଚାୟତ ନବକିଶୋରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ପକ୍ଷାଘାତ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସୂଚନା ଅନୁଯାୟୀ ଗ୍ରାମର କୁଅଁର ଟୁଡୁ(୬୦) ମଙ୍ଗଳବାର ମଧ୍ୟାହ୍ନରେ ଘରେ ଏକାକି ଶୋଇଥିବା ବେଳେ ତାଙ୍କ ପତ୍ନୀ ବାସନ୍ତୀ ମହିଳା ସଂଘର ମିଟିଂରେ ଯୋଗ ଦେବା ପାଇଁ ଗାଁକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ କୁଅଁର ଶୋଇଥିବା ଚାଳଘରେ ନିଆଁ ଲାଗି ଯାଇଥିଲା।

ଘରଟି ହୁତୁହୁତୁ ହୋଇ ଜଳି ଉଠିଥିବା ବେଳେ ଭିତରେ ଫସି ଯାଇଥିଲେ କୁଅଁର। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସେତେ ବେଳକୁ ଘର ସହ କୁଅଁର ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଖୁଣ୍ଟା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe