୨୪ ଦିନରେ ପାରାମେଡିକାଲ କର୍ମଚାରୀ ସଂଘର ଆନ୍ଦୋଳନ

ଆଜି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବ ସଂଘ

୨୪ ଦିନରେ ପାରାମେଡିକାଲ କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ବର : ଓଡ଼ିଶା କୋଭିଡ୍‌-୧୯ ପାରାମେଡିକାଲ କର୍ମଚାରୀ ସଂଘର ଆନ୍ଦୋଳନ ୨୪ ଦିନରେ ପହଞ୍ଚିଛି। ଗତ ଜାନୁଆରି ୪ରୁ ଶୀତ, କାକରରେ ରାଜଧାନୀର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣାରେ ବସିଥିବା ଏହି ଛଟେଇ କର୍ମଚାରୀଙ୍କ ଦାବି ଶୁଣିବାକୁ ସରକାରୀ ସ୍ତରରେ ଏଯାଏ ତତ୍ପରତା ପ୍ରକାଶ ପାଇନାହିଁ। ତେଣୁ ସଂଘ ପକ୍ଷରୁ ଆସନ୍ତାକାଲି ଶୋଭାଯାତ୍ରାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଘର ସଭାପତି ପୂର୍ଣ୍ଣେନ୍ଦୁ ବିକାଶ ମହାନ୍ତ ଓ ସାଧାରଣ ସଂପାଦକ ଭାଗବତ ସାହୁ ଜଣାଇଛନ୍ତି।

ଶ୍ରୀ ମହାନ୍ତ ଓ ଶ୍ରୀ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, କରୋନା ସମୟରେ ରାଜ୍ୟ ସରକାର ସାକ୍ଷାତକାର ଜରିଆରେ ପାରାମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟରରେ ନିଯୁକ୍ତି ଦେଲେ। ଏହାଫଳରେ ସେମାନେ ପୂର୍ବରୁ ଚାକିରି କରୁଥିବା ହସ୍ପିଟାଲ ଛାଡ଼ି କରୋନା ଲଢ଼େଇରେ ସାମିଲ ହେଲେ। ୯ ମାସ କାଳ ଚାକିରି କରିବା ପରେ ସେମାନଙ୍କୁ ରାଜ୍ୟ ସରକାର ଛଟେଇ କରିଦେଲେ। ଏବେ ପାରାମେଡିକାଲ କର୍ମଚାରୀମାନେ ଜୀବିକା ହରାଇ ଅତି ଦୟନୀୟ ଭାବେ କାଳ କାଟୁଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୪/୨୫ ହଜାର ପଦବି ଖାଲି ପଡ଼ିଛି। ତେଣୁ ଛଟେଇ କର୍ମଚାରୀଙ୍କୁ ଉକ୍ତ ପଦବିରେ ନିଯୁକ୍ତି ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାଛଡ଼ା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe