ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାର ଆତ୍ମହତ୍ୟା ସନ୍ଦେହ

Advertisment
ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାର ଆତ୍ମହତ୍ୟା ସନ୍ଦେହ

ଛତ୍ରପୁର: ବୁଧବାର ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ପରିବାରର ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏକ ବନ୍ଦ ଥିବା ଘରେ ବାପା ମାଆ ଓ ଝିଅର ମରି ପଡ଼ିଥିବା ଦେଖିବାକୁ ମିଳିଛି।ମୃତକମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ଏହି ଘଟଣା ସମଗ୍ର ଅଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image

ଆଜି ସକାଳେ ଗାଁ’କୁ ପାଇପ୍‌ରେ ପାଣି ଆସୁ ନ ଥିଲା। କାହିଁକି ପାଣି ଆସୁନାହିଁ ବୋଲି କେତେକ ଲୋକ ଆଖପାଖରେ ଦେଖାଦେଖି କରୁଥିବା ବେଳେ ବୃନ୍ଦାବନଙ୍କ ଘରର ଝରକାବାଟେ ଝିଅ ସୁନୀତାଙ୍କ ଶବ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।

ବନ୍ଦଥିବା ଘରେ ବୃନ୍ଦାବନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଥିବାବେଳେ ସ୍ତ୍ରୀ ଓ ଝିଅଙ୍କ ଶବ ତଳେ ପଡ଼ିଥିଲା। ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବୃନ୍ଦାବନ ତାଙ୍କ ପତ୍ନୀ ଓ ଝିଅକୁ ହତ୍ୟା କରି ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି।

publive-image

ଗାଁ’ରେ ପାନ ଦୋକାନ କରି ଚଳୁଥିବା ବୃନ୍ଦାବନଙ୍କୁ ଗତ ରାତି ୧୧ଟାରେ ମଧ୍ୟ ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କର ଆଉ ଜଣେ ଝିଅ ବିବାହିତା। ଗତକାଲି ଝିଅକୁ ଶାଶୂଘର ଲାଠିଗାଁ’ରେ ଛାଡ଼ିବାକୁ ବୃନ୍ଦାବନଙ୍କ ପୁଅ ସାଗର ଯାଇଥିବାରୁ ଘରେ ସେ ଅନୁପସ୍ଥିତ ଥିଲେ।

ଘଟଣାସ୍ଥଳରେ ଗଞ୍ଜାମ ଏସ୍‌. ପି ବ୍ରଜେଶ ରୟ, ଛତ୍ରପୁର ଏସ୍‌ଡିପିଓ ଏବଂ ଆଇଇସି ପହଞ୍ଚିଛନ୍ତି। ତଦନ୍ତରେ ସହାୟତା କରିବାକୁ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଡକାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe