ସ୍କୁଲ ଖୋଲିବାକୁ ନେଇ ଦ୍ୱନ୍ଦ୍ୱରେ ଅଭିଭାବକ

Advertisment

ସରକାରଙ୍କ ଦୋମୁହାଁ ନୀତି: ଓପାଫ୍‌

ସରକାରଙ୍କ ଦୋମୁହାଁ ନୀତି: ଓପାଫ୍‌

କେମିତି ଚାଲିବ ସରକାରୀ ଓଡ଼ିଆ ସ୍କୁଲ? ଏଇ ମାସ‌ରେ ଅବସର ନେବେ ୪ଶହ ଶିକ୍ଷକ, ଅନୁଦାନପ୍ରାପ୍ତ ସ୍କୁଲ୍ ସ୍ଥିତି ସାଂଘାତିକ

ଭୁବନେଶ୍ୱର : ଫେବ୍ରୁଆରି ୧୪ରୁ ସ୍କୁଲ୍ ଖୋଲିବା ଓ ପାଠପଢ଼ା ପାଇଁ କେତେବେଳେ କୁହାଯାଉଛି ତ ଆଉ କେବେ ଫେବ୍ରୁଆରି ୨୮ରୁ ପିଲାମାନେ ସ୍କୁଲ୍‌ ଆସିବେ ବୋଲି ରାଜ୍ୟ ସରକାର କହୁଛନ୍ତି। କଥାରେ ତାଳମେଳ ରହୁ ନ ଥିବା ଅଭିଭାବକ ହୃଦୟଙ୍ଗମ କଲେଣି। ଆଜକୁ ଦୁଇ ବର୍ଷ ହେବ ପିଲାଟି ସ୍କୁଲ୍ ଦେଖି ନାହିଁ। ଲକ୍ଷାଧିକ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିବା ବେଳେ ସରକାରଙ୍କ ଏ ଦୋମୁହାଁ ନୀତିକୁ ନେଇ ଅଭିଭାବକ ଏବେ ଦ୍ୱନ୍ଦ୍ୱରେ।

ଦିଲ୍ଲୀ ସରକାର ଆସନ୍ତା ୧୪ ତାରିଖରୁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍ ପାଠପଢ଼ାକୁ ବନ୍ଦ କରି ଶ୍ରେଣୀଗୃହ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଓଡ଼ିଶା ସରକାର କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନ ଦେଇ ଝୁଲା ଅବସ୍ଥାରେ ଛାଡ଼ି ନିଜକୁ ନିଜେ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ କହି ସାବାସୀ ଦେବା ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି କରୁଛି। କିଛି ବିତ୍ତଶାଳୀ ଅଭିଭାବକ ମଧ୍ୟ ଅନ୍‌ଲାଇନ୍ ପାଠ୍ୟକ୍ରମକୁ ସମର୍ଥନ କରୁଛନ୍ତି। ଫଳରେ ପଛୁଆ, ଆଦିବାସୀ ଓ ଗରିବ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ସମର୍ଥନ ସରକାରଙ୍କୁ ଉତ୍ସାହିତ କରୁଛନ୍ତି ବୋଲି ୟୁନାଇଟେଡ୍ ପ୍ୟାରେଣ୍ଟସ୍ ଆସୋସିଏସନ୍ ଫୋରମ୍(ଓପାଫ) ସମ୍ପାଦକ ମଧୁସୂଦନ ବିଶ୍ୱାଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ଶ୍ରୀ ବିଶ୍ବାଳ ଆହୁରି କହିଛନ୍ତି ଯେ ଯେଉଁ ଅଭିଭାବକ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେଉ ଚାହୁଁନାହାନ୍ତି, ସେମାନେ ବୁଝିବା ଦରକାର ଯେ ମଲ୍‌, ପାର୍କ, ଭୋଜି, ସିନେମା ଆଦି ସ୍ଥାନରେ ବୁଲିବା ବେଳେ ସେମାନଙ୍କ ପିଲାଙ୍କୁ କରୋନା ହେଉଛି କି ନାହିଁ? ଯଦି ନାହିଁ ସେମାନେ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରୁଥିବେ। ତେଣୁ ନିଶ୍ଚିତ ଭାବରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କଠାରୁ ଏହି ବାବଦରେ ଅଧିକ ସଚେତନ ଥିବେ। ତେଣୁ ସ୍ୱାର୍ଥରୁ ଟିକେ ଉପରକୁ ଉଠି ସବୁ ପିଲାଙ୍କ ବାବଦରେ ଚିନ୍ତା କରି ସାହାସର ସହିତ ପରୀକ୍ଷାମୂଳକ ଭାବେ ପିଲାଙ୍କୁ ସ୍କୁଲ୍ ଛାଡ଼ିବା ଦରକାର। ରାଜ୍ୟ ସରକାର, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମିଳିତ ପ୍ରୟାସ ହିଁ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe