୩ ବର୍ଷର ଝିଅକୁ ମାରି ବାପାମା’ଙ୍କ ଆତ୍ମହତ୍ୟା

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ଠାକୁରାଣୀ ଜଙ୍ଗଲରୁ ସ୍ବାମୀଙ୍କ ଝୁଲନ୍ତା ଶବ ଉଦ୍ଧାର
କୋଇଡ଼ାରେ ଘର ଭିତରୁ ପତ୍ନୀ ଏବଂ ଝିଅର ଶବ ଉଦ୍ଧାର
ମୃତ୍ୟୁ ପୂର୍ବରୁ ଘର ମାଲିକ ସହ କଳହ
ସୁଇସାଇଡ୍‌ ନୋଟ୍‌ ଜବତ, ପୁଲିସ୍‌ର ତଦନ୍ତ

ବଡ଼ବିଲ/କୋଇଡ଼ା : ପାରିବାରିକ କଳହରୁ ଚାଲିଗଲା ତିନି ତିନିଟି ମୂଲ୍ୟବାନ ଜୀବନ। ସ୍ବାମୀଙ୍କ ଝୁଲନ୍ତା ମୃତଦେହକୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୁଲିସ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରିଥିବାବେଳେ ୩ବର୍ଷର ଝିଅ ଓ ସ୍ତ୍ରୀଙ୍କ ମୃତଦେହ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଏକ ଭଡ଼ାଘରୁ ଉଦ୍ଧାର ହୋଇଛି। ଏଭଳି ଲୋମଟାଙ୍କୁରା ଏବଂ ଦୁଃଖଦ ଘଟଣା ବଡ଼ବିଲ, କୋଇଡ଼ା ଏବଂ କୁଜଙ୍ଗ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଗୁୁରୁବାର ଭୋରରୁ ପ୍ରହ୍ଲାଦଙ୍କ ମୃତଦେହ ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଭୁଷୁଗାଁ-ରୋଇଡା ରାସ୍ତା ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ରାସ୍ତାକଡ଼ ଗଛରେ ଯୁୁବକଙ୍କ ମୃତଦେହ ଝୁଲୁଥିବା ବେଳେ ଦୁଇଗୋଡ଼ ଆଣ୍ଠୁମାଡ଼ି ହୋଇ ତଳେ ଲାଗିଥିଲା। ପାଖରେ ଏକ ହିରୋହୋଣ୍ଡା ମୋଟର ସାଇକଲ(ଓଡି୨୧ଜେ-୫୯୩୩) ଛିଡ଼ା ହୋଇଥିଲା। ବେକରେ ରଶି ଲାଗିଥିବା ଅବସ୍ଥାରେ, ଆଣ୍ଠୁ ମାଡ଼ି ହୋଇ ଭୂଇଁରେ ବସିଥିବାରୁ କେହି ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗିି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।

publive-image

ପୁଲିସ କହିଛି, ମୃତ ଯୁବକ ହେଲେ ପ୍ରହ୍ଲାଦ ସାହାଣୀ(୩୪)। ଘର ଜଗତସିଂପୁର ଜିଲ୍ଲା, କୁଜଙ୍ଗ ଥାନା ଅନ୍ତର୍ଗତ କାରାତୋଠା ଗ୍ରାମରେ। ସେ ୪ ବର୍ଷ ପୂର୍ବେ ରଞ୍ଜିତା ବେହେରାଙ୍କୁ ବିବାହ କରିଥିଲେ। ୩ ବର୍ଷର ଝିଅ ସହିତ ସ୍ବାମୀସ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା ଅଞ୍ଚଳରେ ଏକ ଭଡ଼ାଘରେ ରହି ଆସୁଥିଲେ। ୨୮ ତାରିଖ ରାତିରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସ୍ବାମୀସ୍ତ୍ରୀଙ୍କ ପାଟିୁତୁଣ୍ଡ ଶୁଣି ଘର ମାଲିକ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ଘର ମାଲିକ ପ୍ରହ୍ଲାଦଙ୍କ ନାମରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପ୍ରହ୍ଲାଦ ଘର ଛାଡ଼ି କେଉଁଆଡେ ଚାଲିଯାଇଥିଲେ। ବିଳମ୍ବିତ ରାତିରେ ରଂଜିତା ୩ବର୍ଷୀୟ ଝିଅକୁ ହତ୍ୟା କରିବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ପାଖରେ ଏକ ସୁଇସାଇଡ ନୋଟ ଛାଡ଼ି ଯାଇଛି। ଯେଉଁଥିରେ ଲେଖା ଅଛି ଆମ ମୃତ୍ୟୁ ପାଇଁ ଘର ମାଲିକ ଦାୟୀ। କୋଇଡା ପୁଲିସ ଏବଂ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମା'ଝିଅଙ୍କ ଶବ ଜବତ କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରଂଜିତାଙ୍କ ହାତଲେଖା ସୁଇସାଇଡ୍‌ ନୋଟ୍ ଜବତ କରି ଖୋଳତାଡ଼ ଆରମ୍ଭ କରିଛି। ଏପଟେ ବଡ଼ବିଲ ପୁଲିସ ମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe