ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା! ସ୍କୁଲରେ ତାଲା ପକାଇଲେ ଅଭିଭାବକ

ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା! ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଧରମବନ୍ଧା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସ୍‌ଏସ୍‌ଡି)ରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ମହଲ ଅସନ୍ତୋଷ ପ୍ରକାଶ କରି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବରପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସ୍କୁଲର ତାଲା ଖୋଲିଥିଲେ।

ଏ ସମ୍ପର୍କରେ ନୂଆପଡ଼ା ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ୟାମସୁନ୍ଦର ଧରୁଆଙ୍କୁ ପଚାରିବାରୁ ଆଜି ସ୍ପଟ୍‌ ସିଲେକ୍ସନ୍ ଚାଲୁଥିବା ବେଳେ ଅଭିଭାବକମାନେ ଆସି ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ। ଫଳରେ ଆଜି ସ୍ପଟ୍‌ ସିଲେକ୍ସନ୍‌କୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ପକ୍ଷରୁ ଆଗାମୀ ନିର୍ଦ୍ଦେଶ ଆସିବା ପରେ ନାମଲେଖା ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe