ମୃତ ଝିଅର କିଡ୍‌ନି ଦାନକଲେ ବାପାମା’, ନୂଆ ଜୀବନ ପାଇଲେ ଦୁଇ ରୋଗୀ

Advertisment

୧୦ ଶ୍ରେଣୀର ଛାତ୍ରୀ, ବ୍ରେନ୍‌ ଟ୍ୟୁମର୍‌ରେ ଚାଲିଗଲେ

୧୦ ଶ୍ରେଣୀର ଛାତ୍ରୀ, ବ୍ରେନ୍‌ ଟ୍ୟୁମର୍‌ରେ ଚାଲିଗଲେ

ମୃତ ଝିଅର କିଡ୍‌ନି ଦାନକଲେ ବାପାମା’, ନୂଆ ଜୀବନ ପାଇଲେ ଦୁଇ ରୋଗୀ

ବ୍ରହ୍ମପୁର: ଅତି କଅଁଳ ବୟସରୁ ଆରିପାରିକୁ ଝିଅ ଚାଲିଗଲା। ସେହି ଝିଅର ସ୍ମୃତିକୁ ମନେରଖିବା ପାଇଁ ବାପାମା’ ତାଙ୍କର ଦୁଇଟି କିଡ୍‌ନି ଦାନ କରିଦେଇଛନ୍ତି। ମହତ୍‌ ପଣିଆରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଏହି ଦୁଇଟି କିଡ୍‌ନି ବି ଅନ୍ୟ ୨ଜଣ ରୋଗୀଙ୍କଠାରେ ପ୍ରତି‌‌ରୋପଣ କରାଯାଇଛି। ବ୍ରହ୍ମପୁର ସହର ଅନ୍ତର୍ଗତ ବାସୁଦେବ ନଗର ଅଞ୍ଚଳରେ ରହୁଥିବା ସପନ କୁମାର ବିନ୍ଧାଣି ଓ ସୁନିତା ପ୍ରଧାନଙ୍କ ଝିଅ ହେଉଛନ୍ତି ସିଦ୍ଧି ସମୃଦ୍ଧି। ଡି.ପଲ୍‌ ସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ଥିଲେ ସେ। ଗତ କିଛିଦିନ ହେବ ତାଙ୍କର ମୁଣ୍ଡ ବିନ୍ଧାହେବା ସହ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ପରେ ତାଙ୍କର ବ୍ରେନ୍‌ ଟ୍ୟୁମର୍‌ ହୋଇଥିବା ଜଣାପଡିଥିଲା। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ସେ ଆଖି ବୁଜି ଦେଇଥିଲେ। ଉଭୟ ବାପା ଓ ମା’ ଭାଙ୍ଗି ପଡିଥିଲେ ସତ, ଏହିସମୟରେ ଝିଅର କିଡ଼୍‌ନି ଦାନ କରିବାକୁ ଯେଉଁ କୋଠର ନିଷ୍ପତ୍ତି ନେଇଥିଲେ ତାହା ଏକ ଉଦାହରଣ ସୃଷ୍ଟି କରିଛି।

ଝିଅର କିଡ଼୍‌ନି ନିଶ୍ଚିତ ଭାବେ ଅନ୍ୟର ଜୀବନ ବଞ୍ଚାଇ ପାରିବ, ଏଭଳି ବିଶ୍ବାସ ରଖି ଦୃଢ଼ମନା ବାପାମା’। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଦ୍ଧିଙ୍କ ଦୁଇ କିଡ଼୍‌ନି ଅନ୍ୟ ଦୁଇ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି। କଟକ ଏସ୍‌ସିବି ଏବଂ ଅପୋଲରେ ଚିକିତ୍ସିତ ହେଉଥିବା ରାଉରକେଲା ଏବଂ କେନ୍ଦ୍ରାପଡାର ଦୁଇଜଣ ରୋଗୀଙ୍କ ଠାରେ କିଡ୍‌ନି ପ୍ରତିରୋପଣ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ସିଦ୍ଧି ସମୃଦ୍ଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିବା ଜଣାପଡିଛି। ସିଦ୍ଧିଙ୍କ ମୃତ୍ୟକୁ ନେଇ ଡିପଲ୍‌ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ବି ଗଭୀର ଶୋକପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe